ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ୍ ଟିମ୍ ଜାମପଲ୍ଲୀ ଝଙ୍କରାଇ ମନ୍ଦିର ନିକଟରେ ସନ୍ଦେହ ଜନକ ଭାବେ ତିନି ଜଣ ଯୁବକଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ। ଅଟକ ଯୁବକ ମାନଙ୍କ ଠାରୁ ୩୧ ଗ୍ରାମ ବ୍ରାଉନ ସୁଗାର୍, ୨ଟି ମୋବାଇଲ ଫୋନ ଓ କିଛି ନଗଦ ଟଙ୍କା ଜବତ କରାଯାଇଛି। ଧରାପଡିଥିବା ୩ ଯୁବକ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ରାକେଶ କୁମାର ବେହେରା, ଭଞ୍ଜନଗର ଥାନା ଭେଜିପୁଟ୍ ଅଞ୍ଚଳର ଅମିୟ ରଞ୍ଜନ ମହାନ୍ତି ଓ ବାଉଁଶଲୁଣ୍ଡି ଗ୍ରାମର ଅମିତ କୁମାର ବେହେରା ବୋଲି ଜଣାପଡିଛି। ଏହି ୩ ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ମିଳିଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ତିନି ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଓ ଭଞ୍ଜନଗର ଥାନା ଅଧିକାରୀ ଉପସ୍ଥିତ ରହି ନିଶା କାରବାର ରେ ଲିପ୍ତ ଯୁବ ସମାଜକୁ ତାଗିଦ କରିଛନ୍ତି। ଭଞ୍ଜନଗର ଅଞ୍ଚଳରେ ପ୍ରଥମ ଥର ପାଇଁ ବ୍ରାଉନ ସୁଗର ମିଳିବା ଭଞ୍ଜନଗର ପୋଲିସ ପାଇଁ ଖୋଲା ଚାଲେଞ୍ଜ୍ ସୃଷ୍ଟି ହୋଇଛି।