Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ
ଆଜିର ଖବର

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାରେ ବିଜୁ ଜନତା ଦଳ ଭିତରେ ଶୃଙ୍ଖଳାଗତ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ଦଳର ସଂଗଠନକୁ ଅଧିକ ସୁଦୃଢ଼ ଓ ଶୃଙ୍ଖଳିତ ରଖିବା ପାଇଁ ଦଳୀୟ ନିୟମାବଳୀ ଓ ନୀତିକୁ ଅବମାନନା କରୁଥିବା ନେତା ଓ କର୍ମୀଙ୍କ ବିରୋଧରେ ଶଙ୍ଖ ଭବନ ପକ୍ଷରୁ ଶୂନ୍ୟ ସହନଶୀଳତା ନୀତି ଆପଣାଯାଇଛି। ଦଳବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଦୁଇଜଣ ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶକୁ ଅବମାନନା କରି ଦଳବିରୋଧୀ ଆଚରଣ ପ୍ରଦର୍ଶନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନା ଓ ଚିଠି ଅନୁସାରେ, ନାଉଗାଁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅମିତା ସ୍ୱାଇଁ ଏବଂ ବିରିଡ଼ି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚନ୍ଦ୍ରଶେଖର ଦାସ ଦଳୀୟ ନୀତି ନିୟମର ବିରୋଧାଚରଣ କରୁଥିବା ନେଇ କର୍ମକର୍ତ୍ତାଙ୍କ ନଜରକୁ ଆସିଥିଲା। ଚଳିତ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ସମୟରେ ଏହି ଦୁଇ ଜନପ୍ରତିନିଧି ଦଳର ଅଫିସିଆଲ୍ ଆଭିମୁଖ୍ୟ ବିରୋଧରେ କାର୍ଯ୍ୟ କରୁଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଜିଲ୍ଲା ସ୍ତରରୁ ଏହି ଦଳବିରୋଧୀ କାର୍ଯ୍ୟକଳାପ ବାବଦରେ ରିପୋର୍ଟ ମିଳିବା ପରେ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ସ୍ୱାକ୍ଷରରେ ଏକ କାର୍ଯ୍ୟାଳୟ ଆଦେଶନାମା ପ୍ରକାଶ ପାଇଛି। ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଛାତ୍ର ସଂସଦ ନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବାରୁ ନାଉଗାଁ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ ଏବଂ ବିରିଡ଼ି ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାସଙ୍କୁ ତତ୍କାଳ ପ୍ରଭାବରୁ ଦଳରୁ ନିଲମ୍ବିତ କରାଗଲା। ଦଳୀୟ ଅନୁଶାସନ ରକ୍ଷା ପାଇଁ ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଆଦେଶ ଜାରି କରାଯାଇଛି। ଏହି ଆଦେଶପତ୍ରର ନକଲ ଆବଶ୍ୟକୀୟ ଅବଗତି ଓ ସୂଚନା ପାଇଁ ସମ୍ପୃକ୍ତ ନେତା ଦ୍ୱୟଙ୍କ ସମେତ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ, ଦଳୀୟ ସଭାପତିଙ୍କ ରାଜନୈତିକ ସଚିବ ଏବଂ ଜଗତସିଂହପୁର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇ ଦିଆଯାଇଛି। ବିଜେଡି ପକ୍ଷରୁ ନିଆଯାଇଥିବା ଏହି କଠୋର ନିଷ୍ପତ୍ତି ପରେ ଜଗତସିଂହପୁର ଜିଲ୍ଲା ରାଜନୀତିରେ ଚହଳ ସୃଷ୍ଟି ହୋଇଛି। ଦଳରେ ସୃଷ୍ଟି ହେଉଥିବା ଅସନ୍ତୋଷ ଓ ଅନୁଶାସନହୀନତାକୁ ରୋକିବା ପାଇଁ ହାଇକମାଣ୍ଡ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଜଗତସିଂହପୁର ନାଉଗାଁ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026
Latest News

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତର GDP କୁ ରକେଟ୍ ବେଗ ଦେଲା IMF!: ଜାଣନ୍ତୁ କେତେ?

October 13, 2026

ଦୀପାବଳୀ ପର୍ଯ୍ୟନ୍ତ ଟଳିଲା ନିଷ୍ପତ୍ତି: UPI ଉପରେ ଏବେ ଲାଗୁ ହେବନି ଚାର୍ଜ!

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.