Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା
ଆଜିର ଖବର

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

August 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲ ବିଜୁ ଜନତା ଦଳ
ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବିଜେଡ଼ି ପକ୍ଷରୁ ରେଢ଼ାଖୋଲର ୬ ଦଫା ସମସ୍ୟାକୁ ନେଇ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ଡାକରାରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ୬ ଦଫା ସମ୍ବଳିତ ଦାବିକୁ ନେଇ ସ୍ଥାନୀୟ ଭୀମଭୋଇ ଛକ ଠାରେ ଜାତୀୟ ରାଜପଥ ଉପରେ ବିଜେଡ଼ି କର୍ମୀ ଏବଂ ରେଢ଼ାଖୋଲ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ।

ଏହି ବନ୍ଦ ଡାକରାରେ ସହରର ସମସ୍ତ ଦୋକାନ ବଜାର ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଜାତୀୟ ରାଜପଥ ଉପରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ। ଜାତୀୟ ରାଜପଥ ରାସ୍ତା ସମସ୍ୟା ସମ୍ପର୍କରେ ୬ ଦଫା ଦାବି ରହିଥିଲା। ସହର ଭିତର ଦେଇ ନିର୍ଦ୍ଧାରିତ ସମୟ ଅନୁଯାୟୀ ପାଉଁଶ ବୋଝେଇ ଗାଡି ଚଳାଚଳ କରିବା ସହିତ ନିୟମ ଅନୁଯାୟୀ ସୁରକ୍ଷିତ ଭାବେ ଚଳାଚଳ, ନିର୍ମାଣଧିନ ହାତୀ ଚଲାପଥ ରାସ୍ତା ପାର୍ଶ୍ଵରେ ଥିବା ଗ୍ରାମ ଗୁଡ଼ିକ ଯାତାୟାତ ପାଇଁ ବାଇପାସ୍ ରାସ୍ତା ସଂଯୋଗ, ଜାତୀୟ ରାଜପଥ ରାସ୍ତା କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା, ସାଧୂମୁଣ୍ଡା, ଚାରବାଟି, ଚାରମାଳ ଛକ ଠାରେ ଅଣ୍ଡରପାସ ରାସ୍ତା ନିର୍ମାଣ, ରେଢ଼ାଖୋଲ ନିକଟରେ ଥିବା କଦଳିଗଡ, ବାମୁର ଓ ହାତିବାରି ଟୋଲ ଗେଟ୍ ରେ ଅଞ୍ଚଳବାସୀ ଙ୍କୁ ସମ୍ପୂର୍ଣ୍ଣ ଦେୟ ମୁକ୍ତ କରିବାକୁ ଦାବୀ କରିଥିଲେ ଆନ୍ଦୋଳନକାରି। ଆନ୍ଦୋଳନ ସ୍ଥଳକୁ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ଏନଏଚଆଇ ପିଡି ପ୍ରେମ ସାହୁ , ଏସଡିପିଓ ପ୍ରଶାନ୍ତ କୁମାର ମେହେର, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ପହଂଚି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଅପରାହ୍ନ ୬ ଟାରେ ପ୍ରତ୍ୟାହୃତ ହୋଇଥିଲା।

ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଓ ରେଢ଼ାଖୋଲ ବିଜେଡ଼ି ବ୍ଲକ ସଭାପତି ଉଦିତ ତ୍ରିପାଠୀ, ସମ୍ବଲପୁର ଜିଲ୍ଲା ଉପସଭାପତି ଅନାଦି ସାହୁ, ବରିଷ୍ଠ ବିଜେଡି ନେତା ଅରୁଣ କୁମାର ପ୍ରଧାନ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ସୁନିଲ କୁମାର ପ୍ରଧାନ, ନଗର ଯୁବ ସଭାପତି ବିକାଶ ଦାସ, ଛାତ୍ର ସଭାପତି ଶିବ ଶମ୍ଭୁ ନନ୍ଦ, ବ୍ଲକ ଛାତ୍ର ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ, ପୁରୋଷତ୍ତମ୍ ଅଗ୍ରୱାଲ, କାଉନସିଲର ସୁଧାଂଶୁ ଅମାତ, ରାଜୀବ ଲୋଚନ ପ୍ରଧାନ, ବାସୁଦେବ ପୃଷେଠ, ସୁରେନ୍ଦ୍ର ବିଶ୍ଵାଳ, ଲକ୍ଷ୍ମଣ ପ୍ରଧାନ, ସୁଦର୍ଶନ ସାହୁ, ରାଜ କିଶୋର ପ୍ରଧାନ, ନନ୍ଦୁ ମୀରୀ ପ୍ରମୁଖ ବିଜେଡ଼ି କର୍ମୀ ଏବଂ ଜନ ସାଧାରଣ ସାମିଲ ହୋଇଥିଲେ।

ବନ୍ଦ ଡାକରା ବିଜୁ ଜନତା ଦଳ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026

ଆଜି ରାଜ୍ୟ ସରକାର ଓ HCLTech ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର

July 24, 2026
Latest News

୧୦ ବର୍ଷ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା!: ପେପର ଲିକ୍ ବିରୋଧରେ ସରକାରଙ୍କ ଯୋଜନା କ’ଣ?

July 24, 2026

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆବଶ୍ୟକ,”: ସୋନମ ୱାଙ୍ଗଚୁକ୍ ଅନଶନ ଭାଙ୍ଗିବା ପରେ ମଧ୍ୟ ସିଜେପି ଅଟଳ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

୧୭ଟି ଦେଶ ଉପରେ ଶୁଳ୍କ ବୋମା ପକାଇଲେ ଡୋନାଲ୍ଡ ଟ୍ରମ୍ପ: ଭାରତ ଏବଂ ପାକିସ୍ତାନ ଉପରେ କେତେ?

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.