ଭୁବନେଶ୍ଵର: ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଓଡିଆ ଦର୍ଶକଙ୍କ ମନ ସହଜରେ ଜିତିଛି ଯେଉଁଥିପାଇଁ ଆଜି ଓଡ଼ିଶାର ଘରେ ଘରେ ପରିଚିତ ଏହି ଚ୍ୟାନେଲ। ସେହିପରି ଏକ କାହାଣୀ ନେଇ ଆସିଛି ମେଗା ଧାରାବାହିକ ‘ସାଥୀ ସାତ ଜନ୍ମର’।
ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ସତ ମିଛ, ପ୍ରେମ, ଭଲ ପାଇବା, ବିଶ୍ୱାସଘାତକତା ଓ ପାରିବାରିକ ଚାପ ମଧ୍ୟରେ ଗଢି ଉଠିଛି ଏକ ସୁନ୍ଦର ମେଗା ଧାରାବାହିକ। ସୋମବାରରୁ ଶନିବାର ସନ୍ଧ୍ୟା ୭ରେ ପ୍ରସାରିତ ଏହି ମେଗା ଧାରାବାହିକ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି।
ତେବେ ଅର୍ଚ୍ଚନା ଓ ଦେବ ବିବାହ ବନ୍ଧନରେ ବାନ୍ଧି ହେବା ପରେ ପରିବାର ସମ୍ବନ୍ଧୀୟ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛନ୍ତି। କାହାଣୀ ଗତିଶୀଳ ହୋଇଛି ଓ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ, ଗୋଟେ ପଟେ ଅର୍ଚ୍ଚନା ନିଜ ବାପାଙ୍କୁ ଦେଇଥିବା ପ୍ରତିଶୃତି ଯେ ସାରା ଜୀବନ ତା ସ୍ୱାମୀ ଦେବଙ୍କ ସାଙ୍ଗରେ ଆଉ କେବେ ବି ଦେଖା କରିବ ନାହିଁ, ଅନ୍ୟ ପଟେ ସ୍ତ୍ରୀ ର କର୍ତ୍ତବ୍ୟ ଭାବେ ଦେବ ର ଆରମ୍ଭ ହୋଇଥିବା ନୂଆ ଗ୍ୟାରେଜର କଳସ ବିସର୍ଜନରେ କେମିତି ଅର୍ଚ୍ଚନା ଛିଡା ହେବ ଦେବ ସହିତ? ଏମିତି ଏକ ଦୋଛକିରେ ଅର୍ଚ୍ଚନା ଆଉ ଦେବ ଙ୍କର ସମ୍ପର୍କ। ଏହିଠାରୁ ଆଗକୁ କଣ ଘଟିବ ଜାଣିବା ପାଇଁ ଦେଖୁଥାନ୍ତୁ “ସାଥି ସାତ ଜନ୍ମର” ପ୍ରତ୍ୟେକ ସୋମବାର ରୁ ଶନିବାର ସନ୍ଧ୍ୟା ୭ ଟାରୁ କେବଳ ଜୀ ସାର୍ଥକରେ ବୋଲି ଅନୁରୋଧ କରିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।