ମାଲିକ ଭି ଜି ସିଦ୍ଧାର୍ଥ ନିଖୋଜ ହେବା ପରେ କାଫେ କଫି ଡେ (ସିସିଡି)ର ଅଂଶଧନ ମୂଲ୍ୟରେ 20 ପ୍ରତିଶତ ହ୍ରାସ ପାଇଛି । ଜୁଲାଇ 30ରେ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ ସିଦ୍ଧାର୍ଥଙ୍କ କୌଣସି ସୂଚନା ମିଳିନାହିଁ । ଏହି ଖବର ସମ୍ମୁଖକୁ ଆସିବା ପରେ ସିସିଡି ଅଂଶଧନ ମୂଲ୍ୟରେ 20 ପ୍ରତିଶତ ହ୍ରାସ ଘଟିଛି । ଏହା ସହିତ ସିସିଡି ଅଂଶଧନର ମୂଲ୍ୟ 52 ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସିସିଡିର ଚେୟାରମ୍ୟାନ୍ ଏବଂ ପରିଚାଳନା ନିର୍ଦ୍ଦେଶକ ଭି ଜି ସିଦ୍ଧାର୍ଥ ମଙ୍ଗଳବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଥିଲେ । ନିକଟରେ ମାଇଣ୍ଡଟ୍ରିକୁ ନିଜ କମ୍ପାନୀର 20 ପ୍ରତଶତ ଅଂଶଧନ ବିକ୍ରି କରିଥିଲେ । କମ୍ପାନୀର ସମୁଦାୟ ଅଂଶଧନର ମୂଲ୍ୟ 3254.33 କୋଟି ଟଙ୍କା ରହିଛି ।