2ଜି ମାମଲାର ତ୍ବରିତ ବିଚାର ପାଇଁ ସିବିଆଇର ଅନୁରୋଧକୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରତ୍ୟାଖ୍ୟାନ

Published: Jul 30, 2019, 2:06 pm IST
supreme-court

2ଜି ସ୍ପେକ୍ଟ୍ରମ୍‌ ମାମଲାର ତ୍ବରିତ ବିଚାର କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ଏ ରାଜାଙ୍କ ବିରୋଧରେ ଚାଲିଥିବା ଏହି ମାମଲାର ତ୍ବରିତ ବିଚାର ପାଇଁ କରାଯାଇଥିବା ଆବେଦନର ଶୀଘ୍ର ବିଚାର ପାଇଁ କରାଯାଇଥିବା ଆବେଦନକୁ ମଙ୍ଗଳବାର ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସିବିଆଇ ଆବେଦନର ବିଚାର କରୁଥିବା ଜଷ୍ଟିସ୍‌ ଏ କେ ଚାଓ୍ବଲା ସିବିଆଇର ଆବେଦନକୁ ଖାରଜ କରିଛନ୍ତି ଏବଂ ପୂର୍ବରୁ ନିର୍ଦ୍ଧାରିତ ଅକ୍ଟୋବର 24 ତାରିଖରେ ଏହି ମାମଲାର ବିଚାର ହେବ ବୋଲି କୁହାଯାଇଛି । 1 ଲକ୍ଷ 76 ହଜାର କୋଟିର ଏହି ଦୁର୍ନୀତିରେ ପୂର୍ବରୁ ସିବିଆଇ ପ୍ରମାଣ ଯୋଗାଇ ନ ପାରିବାରୁ ଏ ରାଜା , କାନିମୋଝି ଏବଂ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଥିଲା ।

Related posts