Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ
ଆଜିର ଖବର

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା'ଭଗବତୀ
ମା'ଭଗବତୀଙ୍କ ପୀଠରେ "ଷଷ୍ଠିଓଷା",ଓ"ଲଳିତା ସପ୍ତମୀ"ପାଣି ତୋଳା ଯାତ୍ରା

ବାଣପୁର: ଶରତ ଋତୁର ଆଦ୍ୟ ପର୍ବ ଭାଦ୍ରବ ଶୁକ୍ଳଷଷ୍ଠି “ଷଷ୍ଠିଓଷା”, ଉପକୂଳ ଓଡ଼ିଶାର ଗୃହିଣୀମାନଙ୍କର ପ୍ରଧାନ ଓଷା ଭାବରେ ପ୍ରତି ଘରେ ଧୁମଧାମରେ ପାଳନକରାଯାଏ। ଏହି ଦିନ ଆୟୁଷ ଦେବୀ ମା’ ଷଷ୍ଠୀଦେବୀ (ଷଠି ବୁଢି) ଙ୍କୁ ଜାତି ବର୍ଣ୍ଣ ନିର୍ବିଶେଷରେ ପ୍ରତି ଘରେ ଘରେ ପୂଜା କରାଯିବାର ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସିଛି। ଜନ୍ମକାଳରେ ପ୍ରତ୍ୟେକ ମଣିଷର କପାଳରେ ଏହି ଦେବୀ ତାର ଭାଗ୍ୟ, କର୍ମ, ସୁଖସମୃଦ୍ଧି ଓ ନିରାମୟ ଜୀବନ ସହିତ ଆୟୁଷ ଲେଖି ଦିଅନ୍ତି ବୋଲି ବିଶ୍ୱାସ ଅଛି। ଏହି ଦେବୀଙ୍କୁ ପୂଜା କଲେ ମଣିଷ ସଂପୂର୍ଣ୍ଣ ନିରାମୟ ଓ ଦୀର୍ଘାୟୁ ହୁଏ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ଏହି ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କୁ ଏହି ଅଞ୍ଚଳରେ ଷଷ୍ଠି ଦେବୀ ଭାବରେ ପୂଜାର୍ଚ୍ଚନା କରାଯିବାର ବିଶ୍ୱାସ ବିଧି ପରମ୍ପରା ଏକ ପ୍ରାଚୀନ ନିଆରା ପରମ୍ପରା ଅଟେ।

ଆଜି ମା’ଙ୍କ ମନ୍ଦିର ନାଟ ମଣ୍ଡପଠାରେ ମନ୍ଦିର କାର୍ଯ୍ୟ ନିବହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୂଜାରୀ ସାମନ୍ତ ପରିଚ୍ଛା ପ୍ରସନ୍ନ କୁମାର ମହାପାତ୍ର, କାଠି ନାହାକ ଭିକାରୀ ନାୟକ (ଲୁନା), ପାଳି ଆମାଳି ସୁଧାକର ଭୋପା, ଘଣ୍ଟୁଆ ସେବକ ଗୋପୀନାଥ ନାୟକ, ଧୋବା ନାୟକ, ବିଜୟ ନାୟକ, ରୁଦ୍ର ନାୟକ, ମନ୍ଦିର କର୍ମଚାରୀ ଅଶ୍ଵିନୀ ମିଶ୍ର, କମଳ ମିଶ୍ର ଇତ୍ୟାଦି ନିଯୋଗୀ ସେବାୟତଙ୍କ ଉପସ୍ଥିତିରେ ମନ୍ଦିରଗଣକ ଖଡ଼ି ରତ୍ନ ଶରତଚନ୍ଦ୍ର ପଣ୍ଡିତରାୟ ମା’ଙ୍କ ପୀଠରେ ଷଷ୍ଠିଓଷା ପର୍ବ ଓ ଲଳିତା ସପ୍ତମୀ ମା’ଙ୍କ ନୌବିହାର, ପାଣି ତୋଳା ଯାତ୍ରା ଓ ଦୁର୍ଗାଷ୍ଟମୀ ଶୟନ ଅଷ୍ଟମୀର ଲଗ୍ନ ସ୍ଥିର କରିଛନ୍ତି।

ଏହି ଅନୁସାରେ ଚଳିତ ଭାଦ୍ର ଶୁକ୍ଳ ଷଷ୍ଠି ଇଂରାଜୀ ତା୨୯.୦୮.୨୫ରିଖ ଶୁକ୍ରବାର ଦିନ ମା’ଙ୍କ ପୀଠରେ “ଷଷ୍ଠି ଓଷା”ବ୍ରତ ପାଳନ କରାଯିବ। ଏହି ଦିନ ଦିବା ଘ ୧୨.୪୭ମିରୁ ଦିବା ଘ୨.୪୫ ମି ପର୍ଯ୍ୟନ୍ତ ଅମୃତବେଳା ଥିବାରୁ ଦିବା ୧ ଘଟିକା ସମୟରେ ମା’ଙ୍କ ପିତ୍ରାଳୟ ଶ୍ରୀଦକ୍ଷେଶ୍ଵର ମନ୍ଦିରଠାରେ ବିଜେ କାହାଳୀ ବାଜିବ। ତାପରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣୀ ଷଷ୍ଠିଦେବୀ ବେଶରେ ଥାଟ ପଟୁଆର ବାଜାରୋଷଣିରେ ଘଣ୍ଟା ଘଣ୍ଟକାହାଳୀ ବାଦ୍ୟ ସହିତ ଛତ୍ର ତରାଶ ଆଲଟଚାମରରେ ନିଯୋଗୀ ସେବାୟତଙ୍କ ସାଥିରେ ନିଜ ମନ୍ଦିରକୁ ଯାତ୍ରା କରିବେ। ଯାତ୍ରା କାଳରେ ଘଣ୍ଟ କାହାଳୀ ଶବ୍ଦ ଶୁଣି ବାଣପୁର ଅଞ୍ଚଳର ପ୍ରତି ଘରେ ଘରେ ଗୃହିଣୀମାନେ ଶଙ୍ଖ ହୁଳହୁଳି ଶବ୍ଦ ପକାଇ ଏକ ସମୟରେ ଘରେ ପ୍ରସ୍ତୁତ କରିଥିବା ବିଭିନ୍ନ ନୈବେଦ୍ୟ କ୍ଷିରି ଖେଚଡ଼ି, ପିଠାପଣା, ଛଅ ତିଅଣ ନଭଜା କରି ମା’ଙ୍କୁ ଅର୍ପଣ କରି ସଂସାରର ପରିବାରର ମଙ୍ଗଳ କାମନା ସହିତ ଆଶୀର୍ବାଦ ଭିକ୍ଷାକରନ୍ତି। ମା’ କାଠି ଠାକୁରାଣୀ ମନ୍ଦିରରେ ପହଞ୍ଚିବା ପରେ ସମସ୍ତ ସେବାୟତଙ୍କ ଗହଣରେ ମା’ଙ୍କ ଓଷାନୀତି ଆରମ୍ଭ ହୋଇ ସମସ୍ତେ ଷଠି ବ୍ରତ ଧାରଣ କରିବାପରେ ପ୍ରସାଦ ସେବନ ପରେ ବ୍ରତ ସମାପନ ହୁଏ। ମା’ଙ୍କ ପୀଠରେ ବର୍ଷର ଏହି ଗୋଟିଏ ଦିନ କେବଳ ମା’କାଠି ଠାକୁରାଣୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ନିଜ ମନ୍ଦିରକୁ ଦିନ ବେଳା ଯାତ୍ରା କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ପରଦିନ ଶନିବାର ଲଳିତା ସପ୍ତମୀରେ ଅପରାହ୍ନ ୪ ଘଟିକାରେ ମା’ ପୂର୍ବ ଦିଗ ରକ୍ଷାକାରିଣୀ ଭଉଣୀ କାଳିଜାଇ ଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରିବା ପାଇଁ ଚିଲିକାରେ ନୈବିହାର ସହ ଆଜ୍ଞାମାଳ ନେଇ ଫେରିବା ବାଟରେ ପରମ୍ପରା ଅନୁସାରେ ବିଭିନ୍ନ ଗ୍ରାମରେ ଓ ଶ୍ରଦ୍ଧାଳୁମାନଙ୍କ ଦୁଆରେ ପନ୍ତି ଭୋଗ ଖାଇ ରବିବାର ସକାଳ ୮ ଘଟିକାରେ ଶ୍ରୀ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିବା ପରେ ଦୁର୍ଗାଶୟନ ଅଷ୍ଟମୀରେ ଶୟନ କାହାଳୀ ବାଜି ମା’ଙ୍କ ଶୟନ ନୀତିକାନ୍ତି ହୋଇ ମା’ ଆଶ୍ଵିନ କୃଷ୍ଣ ଅଷ୍ଟମୀ (ମୂଳଷ୍ଟମୀ) ପର୍ଯ୍ୟନ୍ତ ଶୟନ କରିବେ ବୋଲି ମନ୍ଦିର କାର୍ଯ୍ୟାଳୟରୁ ଜଣା ପଡିଛି।

ପାଣି ତୋଳା ଯାତ୍ରା ମା’ ଭଗବତୀ ଲଳିତା ସପ୍ତମୀ ଶରତ ଋତୁ ଷଷ୍ଠିଓଷା
Share. Facebook Twitter LinkedIn Email WhatsApp Copy Link

Related Posts

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.