ନେହେରୁ- ଗାନ୍ଧି ପରିବାରର ବହୁତ ପାଖ ଲୋକ ତଥା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂତ୍ରରୁ ସଞ୍ଜୟ ସିଂହ ଏବେ ବିଜେପିରେ ସାମିଲ୍ ହୋଇପାରନ୍ତି । କଂଗ୍ରେସ ତାଙ୍କୁ ଆସାମରୁ ରାଜ୍ୟସଭା ଆସନ ଦେଇଥିବାବେଳେ ଆସନ୍ତା ବର୍ଷ ତାଙ୍କ ସଦସ୍ୟତା ପୂର୍ଣ୍ଣ ହେବାକୁ ଯାଉଛି । ଚଳିତ ଲୋକସଭାରେ କଂଗ୍ରେସ ତରଫରୁ ସଞ୍ଜୟ ସିଂହ ସୁଲତାନପୁରରୁ ବିଜେପି ପ୍ରାର୍ଥୀ ମାନେକା ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । କିନ୍ତୁ ଏଠାରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ସଞ୍ଜୟ ସିଂହଙ୍କ ପ୍ରଥମ ପତ୍ନୀ ଗରିମା ସିଂହ ଅମେଠିର ବିଜେପି ବିଧାୟକ ରହିଛନ୍ତି । ସଞ୍ଜୟ ସିଂହ ପୂର୍ବରୁ ୟୁପିରେ ବିଧାୟକ ତଥା ରାଜ୍ୟସଭା ଓ ଲୋକସଭା ସଦସ୍ୟ ମଧ୍ୟ ରହିଛନ୍ତି । ଆମେଠି ରାଜପରିବାରର ଆସିଥିବା ସଞ୍ଜୟ ସିଂହ ପୂର୍ବରୁ ରାମମନ୍ଦିର ଆନ୍ଦୋଳନ ସମୟରେ କଂଗ୍ରେସ ଛାଡ଼ି ବିଜେପିରେ ମଧ୍ୟ ସାମିଲ୍ ହୋଇଥିଲେ । ଇସ୍ତଫା ସମ୍ପର୍କରେ ସଞ୍ଜୟ ସିଂହ କହିଛନ୍ତି ଯେ, ‘ମୁଁ କଂଗ୍ରେସ ଏଥିପାଇଁ ଛାଡୁଛି, କାରଣ କଂଗ୍ରେସରେ ନେତୃତ୍ବ ନାହିଁ । ମୁଁ ‘ସବ୍କା ସାଥ୍ ସବ୍କା ବିକାଶ’ କାରଣରୁ ମୋଦିଙ୍କୁ ସମର୍ଥନ କରୁଛି । କଂଗ୍ରେସ ଏବେ ଅତୀତ ତା’ ଭବିଷ୍ୟତ ସମ୍ପର୍କରେ କିଛି ଜଣା ନାହିଁ । ଏବେ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଛି । ଏହି କ୍ରମରେ ମୁଁ ମଧ୍ୟ ମୋଦିଜୀଙ୍କ ସଙ୍ଗେ ସାମିଲ୍ ହେଉଛି ।’
ରାଜ୍ୟସଭାରୁ ଇସ୍ତଫା ଦେଲେ କଂଗ୍ରେସ ସାଂସଦ ସଞ୍ଜୟ ସିଂହ, ବିଜେପିରେ ହେବେ ସାମିଲ୍
Published:
Jul 30, 2019, 3:18 pm IST
Tags: