ଭୁବନେଶ୍ଵର: ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ଭୁବନେଶ୍ୱର ଜୟଦେବ ଭବନଠାରେ ବନ୍ଦେ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସପ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ଉପସଭାପତି ଗୋଲକ ମହାପାତ୍ର, ସାହିତ୍ୟିକ ଗୋରେଖ ନାଥ ସାହୁ ଏବଂ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥି ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ସମୃଦ୍ଧ ଲୋକକଳା, ପରମ୍ପରା ତଥା ଜନଜାତି ବର୍ଗଙ୍କ ଭାଷା, ସାହିତ୍ୟ, ଲୋକକଳା ଓ ଇତିହାସ ଉପରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ସୁମିତ୍ରା ମହାପାତ୍ର ଏହି ଅବସରରେ ଉପସ୍ଥିତ ଥିଲେ ।