Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ, ପୁନରୁଦ୍ଧାର ପାଇଁ ଦାବି
ଆଜିର ଖବର

ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ, ପୁନରୁଦ୍ଧାର ପାଇଁ ଦାବି

September 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର
ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ, ପୁନରୁଦ୍ଧାର ପାଇଁ ଦାବି

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବାଙ୍କୀର ବରପୁତ୍ର, ସାମ୍ବାଦିକ ଜଗତ ର ଉଜ୍ବଳ ଜ୍ୟୋତିଷ୍କ, ସାହିତ୍ୟିକ ଉତ୍କଳ ସମ୍ମିଳନୀର ଆଦ୍ୟସ୍ରଷ୍ଟା, ଉତ୍କଳର ଗର୍ବ ଓ ଗୌରବ ବହୁମୁଖୀ ପ୍ରତିଭାଦୀପ୍ତ ନୀଳମଣି ବିଦ୍ୟାରତ୍ନଙ୍କ ସତୀଚଉରା ଠାରେ ଥିବା ସମାଧି ପୀଠ ପରିତ୍ୟକ୍ତ, ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ 25 ବର୍ଷଧରି ପଡ଼ିରହିଛି।1999 ମହାବାତ୍ୟା ପରେ ତାଙ୍କ ସମାଧି ଭଗ୍ନ ଅବସ୍ଥାରେ ରହିଛି।

ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ଶିକ୍ଷାବିତ ସୁନୀଲ କୁମାର ମିଶ୍ର, ପ୍ରବଚକ କୃଷ୍ଣ କେଶବ ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ରଣା ପ୍ରମୁଖ ସମାଧି ସ୍ଥଳ ଯାଇ ସ୍ଥିତି କୁ ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କ ରେ ଗତବର୍ଷ 2024 ମେ ମାସରେ ସରକାରଙ୍କୁ ଅବଗତ କରାଇବା ସହିତ ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ ରେ ପୁନଃରୁଦ୍ଧାର ନେଇ ଖବର ପ୍ରକାଶିତ ହେଇ ଥିଲା।

22 ନମ୍ବର ରେ ଥିବା ତାଙ୍କ ସମାଧି ଘୋର ପରି ତ୍ୟକ୍ତ ରେ ପଡ଼ିରହିଛି । ମାତ୍ର ଏ ପର୍ଯ୍ୟନ୍ତ ସୁରକ୍ଷିତ ସମାଧି ନିର୍ମିତ ହୋଇପାରିଲା ନାହିଁ। ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ କ୍ରାନ୍ତି କୁମାର ସକ୍ସେନା, ଓଡିଶା ନାଗରିକ ମହାମଞ୍ଚ ଉପ ସଭାପତି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ସଂଯୋଜକ ନାରାୟଣ ଓଝା ଅତିଶୀଘ୍ର ସରକାର, ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି କରିଛନ୍ତି।

କେବଳ ମହାପୁରୁଷ ଙ୍କ ଆବିର୍ଭାବ ଓ ତିରୋଧାନ ରେ ପୁଷ୍ପ ମାଲ୍ୟ ଅର୍ପଣ ସରକାର ନ କରି ବର ପୁତ୍ର ଙ୍କ ସମାଧି ଓ ପ୍ରତିମୂର୍ତ୍ତି ସୁରକ୍ଷା ପ୍ରତି ଯତ୍ନ ନିଅନ୍ତୁ ବୋଲି ଅଭିଯାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା ସରକାର ଶୀଘ୍ର ସମାଧିପୀଠ ର ପୁନଃରୁଦ୍ଧାର, ସୁରକ୍ଷା କରନ୍ତୁ ବୋଲି ସାଧାରଣ ରେ ମଧ୍ୟ ଜୋର ଦାବି ଧରିଛି।

ନୀଳମଣି ବିଦ୍ୟାରତ୍ନ ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ପୂର୍ବତଟ ରେଳପଥ

September 2, 2025

JioAirFiber in Odisha: ଜିଓ ଏୟାର ଫାଇବର ଓଡ଼ିଶାରେ ଯୋଡିଲା ୨ ଲକ୍ଷରୁ ଅଧିକ ଗ୍ରାହକ 

September 2, 2025

Vaishno Devi Yatra: ପୁଣି ଥରେ ବନ୍ଦ ହେଲା ବୈଷ୍ଣୋ ଦେବୀ ଯାତ୍ରା

September 2, 2025

Semicon India 2025: ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କଲେ ମନ୍ତ୍ରୀ ବୈଷ୍ଣବ

September 2, 2025
Latest News

ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ପୂର୍ବତଟ ରେଳପଥ

September 2, 2025

Semicon India 2025: ସେମିକନ୍ ଇଣ୍ଡିଆ ୨୦୨୫ କୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଲେ..

September 2, 2025

JioAirFiber in Odisha: ଜିଓ ଏୟାର ଫାଇବର ଓଡ଼ିଶାରେ ଯୋଡିଲା ୨ ଲକ୍ଷରୁ ଅଧିକ ଗ୍ରାହକ 

September 2, 2025

Vaishno Devi Yatra: ପୁଣି ଥରେ ବନ୍ଦ ହେଲା ବୈଷ୍ଣୋ ଦେବୀ ଯାତ୍ରା

September 2, 2025

Semicon India 2025: ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କଲେ ମନ୍ତ୍ରୀ ବୈଷ୍ଣବ

September 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.