ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ନିଲମ୍ବିତ ବିଜେପି ବିଧାୟକ କୁଲଦୀପ ସେଙ୍ଗାରଙ୍କ ବିରୋଧରେ ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) । ପୀଡିତାଙ୍କ କାର୍କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଯୋଗୀ ସରକାର ଏହି ମାମଲାକୁ ମଙ୍ଗଳବାର ସିବିଆଇକୁ ହସ୍ତାନ୍ତର କରିଥିଲେ । ବୁଧବାର ସିବିଆଇ ପକ୍ଷରୁ ସେନ୍ଗାରଙ୍କ ସମେତ ଅନ୍ୟ 10 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏହା ସହିତ ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ପ୍ରଦେଶ ସରକାରଙ୍କୁ ଏକ ସପ୍ତାହ ମଧ୍ୟରେ ଦୁର୍ଘଟଣାର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି । ଉଲ୍ଲେଖଯୋଗ୍ୟ ଯେ, ପୀଡିତା ଜଣକ ରବିବାର ନିଜର ଦୁଇ ପିଉସୀ, ଏବଂ ଓକିଲଙ୍କ ସହିତ ଉନ୍ନାଓରୁ ରାଏବରେଲୀ ଅଭିମୁଖେ ଯାଉଥିବା ବେଳେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।