Reliance Jio : ରିଲାଏନ୍ସ ଜିଓ ୫ ସେପ୍ଟେମ୍ବରରେ ଏହାର ସେବା ଶୁଭାରମ୍ଭର ୧୦ମ ବର୍ଷରେ ପ୍ରବେଶ କରିବ। ୯ ବର୍ଷ ପୂରଣ ଅବସରରେ, ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ୫୦ କୋଟି ଜିଓ ଉପଭୋକ୍ତାଙ୍କୁ ଏକ ଉପହାର ସ୍ୱରୂପ ଅନେକ ନୂତନ ଉତ୍ସବ ପ୍ଲାନ ଘୋଷଣା କରିଛନ୍ତି। ଏଥିରେ ଅସୀମିତ ମନୋରଞ୍ଜନ ରହିଥିବା ସପ୍ତାହାନ୍ତ ପ୍ଲାନ, ଏକ ମାସ ବ୍ୟାପୀ ସ୍ୱତନ୍ତ୍ର ଅଫର୍ ଏବଂ ଏକ ବର୍ଷ ବ୍ୟାପୀ ଅଫର ଅନ୍ତର୍ଭୁକ୍ତ ରହିଛି।
ଜିଓ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ତିନୋଟି ସେଲିବ୍ରେସନ ପ୍ଲାନ ଆରମ୍ଭ କରାଯାଇଛି। ବାର୍ଷିକୀ ସପ୍ତାହାନ୍ତ ଅଫର୍ ଅଧୀନରେ, ଜିଓ ୫ଜି ଉପଭୋକ୍ତାମାନେ ଅସୀମିତ ଡାଟା ପାଇବେ। ସେପ୍ଟେମ୍ବର ୫ ରୁ ୭ ମଧ୍ୟରେ, ଅର୍ଥାତ୍ ଆଗାମୀ ସପ୍ତାହାନ୍ତରେ, ଯେକୌଣସି ପ୍ଲାନରେ ରହିଥିବା ଜିଓ ୫ଜି ଉପଭୋକ୍ତାଙ୍କୁ ଅସୀମିତ ଡାଟା ଉପଲବ୍ଧ ହେବ। ଅନ୍ୟପକ୍ଷରେ, ସମସ୍ତ ୪ଜି ସ୍ମାର୍ଟଫୋନ୍ ଉପଭୋକ୍ତା ୩୯ ଟଙ୍କାର ଡାଟା ଆଡ-ଅନ୍ ବିକଳ୍ପ ବାଛି ପ୍ରତିଦିନ ୩ଜିବି ୪ଜି ଡାଟା ଉପଭୋଗ କରିପାରିବେ।
ଦ୍ୱିତୀୟ ଅଫର୍ ହେଉଛି ମାସିକ ସେଲିବ୍ରେସନ୍ ପ୍ଲାନ୍। ଏହା ୩୪୯ ଟଙ୍କାରୁ ଅଧିକ ମୂଲ୍ୟର ପ୍ଲାନ୍ ଥିବା ଗ୍ରାହକମାନଙ୍କ ପାଇଁ। ସେପ୍ଟେମ୍ବର ୫ ରୁ ଅକ୍ଟୋବର ୫ ମଧ୍ୟରେ ଦୈନିକ ୨ ଜିବି ଏବଂ ତା’ଠାରୁ ଅଧିକ ଦୀର୍ଘକାଳୀନ ପ୍ଲାନରେ ରହିଥିବା ଜିଓ ଉପଭୋକ୍ତାଙ୍କୁ ଅସୀମିତ ୫ଜି ଡାଟା ଉପଲବ୍ଧ ହେବ। ଏଥିସହିତ ଜିଓ ଫାଇନାନ୍ସ ଦ୍ୱାରା ଜିଓ ଗୋଲ୍ଡରେ ୨ ପ୍ରତିଶତ ଅତିରିକ୍ତ ଡିଜିଟାଲ୍ ସୁନା ଏବଂ ୩,୦୦୦ ଟଙ୍କା ମୂଲ୍ୟର ସେଲିବ୍ରେସନ୍ ଭାଉଚର ମଧ୍ୟ ଉପଲବ୍ଧ ହେବ।
ଏହା ସାଙ୍ଗକୁ ଜିଓ ହଟଷ୍ଟାର ଏବଂ ଜିଓ ସାୱନ୍ ପ୍ରୋର ୧ ମାସର ସବସ୍କ୍ରିପସନ୍, ୩ ମାସର ଜୋମାଟୋ ଗୋଲ୍ଡ ଏବଂ ୬ ମାସର ନେଟମେଡ୍ସ ଫାଷ୍ଟ ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ହେବ। ଗ୍ରାହକମାନେ ଜିଓ ହୋମର ୨ ମାସର ମାଗଣା ଟ୍ରାଏଲ୍ ମଧ୍ୟ ପାଇପାରିବେ। ଏହି ସୁବିଧାଗୁଡ଼ିକ ସମସ୍ତ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ୩୪୯ ଟଙ୍କାରୁ କମ୍ ମୂଲ୍ୟର ପ୍ଲାନରେ ରହିଥିବା ଉପଭୋକ୍ତା ୧୦୦ ଟଙ୍କାର ଏକ ପ୍ୟାକ୍ ଯୋଡ଼ି ଏହି ଅଫରର ଲାଭ ପାଇପାରିବେ।
ଜିଓ ସିମ୍ ବ୍ୟବହାରକାରୀଙ୍କ ପାଇଁ ତୃତୀୟ ଅଫର୍ ହେଉଛି ବାର୍ଷିକୀ ବର୍ଷ ପାଳନ, ଯେଉଁଥିରେ ଗ୍ରାହକଙ୍କୁ ଅଫର ସମୟ ମଧ୍ୟରେ ୧୨ଟି ମାସିକ ୩୪୯ ଟଙ୍କା ରିଚାର୍ଜ କରିବା ପରେ, ୧୩ତମ ମାସ ପାଇଁ ମାଗଣାରେ ସେବା ମିଳିବ। ଅର୍ଥାତ୍, ସେମାନେ ୧୨ ମାସ ଧରି ଯେଉଁ ସେବା ପାଉଥିଲେ, ୧୩ତମ ମାସରେ ସମାନ ସୁବିଧା ମାଗଣାରେ ଉପଲବ୍ଧ ହେବ।
ଏହି ସଫଳତା ଉପରେ, ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି: “୫୦ କୋଟିରୁ ଅଧିକ ଭାରତୀୟ ଆମ ଉପରେ ସେମାନଙ୍କର ବିଶ୍ୱାସ ଦେଖାଇଛନ୍ତି। ଜିଓର ନବମ ବାର୍ଷିକୀରେ, ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରୁଛି। ଜିଓ ନିତିଦିନିଆ ଜୀବନର ଏକ ଅଂଶ ପାଲଟିଛି। ଏହା ଏକ ସକ୍ରିୟ ଡିଜିଟାଲ୍ ସମାଜ ଗଠନ ପାଇଁ କନେକ୍ଟିଭିଟି ବା ଯୋଗାଯୋଗ ସଂଯୋଗର ଶକ୍ତି ବ୍ୟବହାର କରୁଛି।
ଏହି ସଫଳତାକୁ ସମ୍ଭବ କରିଥିବାରୁ ମୁଁ ପ୍ରତ୍ୟେକ ଜିଓ ବ୍ୟବହାରକାରୀଙ୍କୁ ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଜଣାଉଛି। ଆମେ ଏକ ବାସ୍ତବ ଡିଜିଟାଲ୍ ଭାରତର ଲକ୍ଷ୍ୟକୁ ସାକାର କରିବୁ। ଏହି ସଫଳତା କେବଳ ଏକ ସଂଖ୍ୟା ନୁହେଁ; ଏହା ଲକ୍ଷ ଲକ୍ଷ ଲୋକଙ୍କ ସାମୂହିକ ଆକାଂକ୍ଷାକୁ ପ୍ରତିଫଳିତ କରେ ଯେଉଁମାନେ ଡିଜିଟାଲ୍ ଆନ୍ଦୋଳନରେ ଜିଓକୁ ସେମାନଙ୍କର ସହଭାଗୀ କରିଛନ୍ତି।”
ଜିଓ ନୂଆ ହୋମ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତାମାନଙ୍କ ପାଇଁ ଅନେକ ଅଫରର ସମ୍ଭାର ନେଇ ଆସିଛି। ସେପ୍ଟେମ୍ବର ୫ରୁ ଅକ୍ଟୋବର ୫ ମଧ୍ୟରେ, ମାତ୍ର ୧୨୦୦ ଟଙ୍କାରେ ୨ ମାସର ନୂତନ ଜିଓ ହୋମ୍ ସଂଯୋଗ ପ୍ରଦାନ କରାଯାଉଛି। ଜିଓ ହୋମ୍ ସେବା ୧୦୦୦+ ଟିଭି ଚ୍ୟାନେଲ, ୩୦ ଏମବିପିଏସ ସ୍ପିଡ଼ରେ ଅସୀମିତ ଡାଟା, ୧୨+ ଓଟିଟି ଆପ୍ (ଜିଓ ହଟଷ୍ଟାର ଓ ଅନ୍ୟାନ୍ୟ) ର ସବସ୍କ୍ରିପସନ୍, ୱାଇଫାଇ୬ ରାଉଟର୍ ଏବଂ ୪କେ ସ୍ମାର୍ଟ ସେଟ୍ ଟପ୍ ବକ୍ସ ସହିତ ୨ ମାସ ପାଇଁ ମାଗଣାରେ ଆମାଜନ ପ୍ରାଇମ ଲାଇଟ, ଜିଓ ଫାଇନାନ୍ସ ମାଧ୍ୟମରେ ଜିଓ ଗୋଲଡ ଉପରେ ୨ ପ୍ରତିଶତ ଅତିରିକ୍ତ ଡିଜିଟାଲ୍ ଗୋଲ୍ଡ ଏବଂ ୩,୦୦୦ ଟଙ୍କା ମୂଲ୍ୟର ସେଲିବ୍ରେସନ୍ ଭାଉଚର ପ୍ରଦାନ କରୁଛି।