ଭୁବନେଶ୍ବର: ଆସନ୍ତାକାଲି ରହିଛି ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ। ସେଥିପାଇଁ ଏହି ଗ୍ରହଣର ବିଧିବିଧାନ ଭାରତରେ ପାଳନ କରାଯିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁସାରେ ଆସନ୍ତାକାଲି ଅପରାହ୍ନରେ ପୂଜା ନୀତିରେ ପରିବର୍ତ୍ତନ କରାଯିବ।
ସୂଚନା ଅନୁସାରେ ଆସନ୍ତାକାଲି ୯ଟା ୫୭ ମିନିଟ୍ରେ ଗ୍ରହଣ ସ୍ପର୍ଶ କରିବ ଏବଂ ରାତି ୧ଟା ୨୭ ମିନିଟ୍ରେ ସର୍ବମୋକ୍ଷ ହେବ। ସେଥିପାଇଁ ହାଣ୍ଡିଛାଡ ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରୁ କରାଯିବ। ସେହିପରି ଦେବ ନୀତି ମଧ୍ୟ ଏହି ସମୟରୁ ନିଷେଧ ରହିବ। ଗ୍ରହଣ ସର୍ବମୋକ୍ଷ ପରେ ରାତି ୨ଟାରୁ ଦ୍ବାରଫିଟା ନୀତି ଆରମ୍ଭ ହେବ।
ଆସନ୍ତାକାଲି ଏହି ଗ୍ରହଣ ଭାରତର ସବୁ ଅଞ୍ଚଳରେ ଦୃଶ୍ୟମାନ ହେଉଥିବାରୁ ତାହା ସାଧାରଣରେ ଦେଖି ହେବ। ହେଲେ ଖାଲି ଆଖିରେ ତାହା ଦେଖିବାକୁ ବାରଣ କରାଯାଇଛି।
- ଚନ୍ଦ୍ର ଗ୍ରହଣ ତାରିଖ– ସେପ୍ଟେମ୍ବର ୭ ତାରିଖ ରବିବାର
- ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ– ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ
- ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ– ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ
- ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ– ୪ ଘଣ୍ଟା ୨୮ ମିନିଟ୍
- ଚନ୍ଦ୍ର ଗ୍ରହଣ ମୁଖ୍ୟ ସମୟ( ରକ୍ତ ଚନ୍ଦ୍ର)- ରାତି ୧୧ ଟା ଠାରୁ ରାତି ୧୨ ଟା ୨୨ ମିନିଟ
- ପାକତ୍ୟାଗ- ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରୁ ପାକ ତ୍ୟାଗ କରାଯିବ ଏବଂ ଦେବ ନୀତି ନିଷେଧ ରହିବ