ଭୁବନେଶ୍ଵର: ସଡ଼କ ସୁରକ୍ଷା ଭାରତ ତଥା ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ। ସରକାରଙ୍କ ଦ୍ବାରା ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ମୋଟର ଯାନ ଅଧିନିୟମ ଉଲଂଘନ ପାଇଁ ଜାରି କରାଯାଇଥିବା ଚାଲାଣ ସଂଖ୍ୟା ଆଶାନୁରୂପ ଭାବେ ହ୍ରାସ ପାଇନାହିଁ, ଯାହା କି ନିୟମ ପାଳନ ତଥା ରାସ୍ତା ସୁରକ୍ଷାକୁ ସୁନିଶ୍ଚିତ କରିବାପାଇଁ ଚାଲୁ ରହିଥବା କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଏକ ଆହ୍ୱାନ। ବିଭିନ୍ନ ସ୍ତରରେ ବହୁ ସଂଖ୍ୟକ ବକେୟା ଚାଲାଣ ଅସମାଧିତ ହୋଇ ପଡିରହିଛି।
ଏହି ପରିପ୍ରେକ୍ଷୀରେ, ୩୧ ଜୁଲାଇ ୨୦୨୫ ସୁଦ୍ଧା କେତେକ ବକେୟା ଥିବା ନିର୍ଦ୍ଦିଷ୍ଟ ଇ-ଚାଲାଣ ପାଇଁ ଓଡ଼ିଶା ସରକାର ମୋଟର ଯାନ ଅଧିନିୟମ ଅନୁଯାୟୀ ଏକକାଳୀନ ସମାଧାନ ଯୋଜନା କ୍ୟାବିନେଟରେ ଘୋଷଣା କରାଯାଇଛି। ଏହି ପଦକ୍ଷେପ ଉଲଙ୍ଘନକାରୀମାନଙ୍କୁ କମ୍ ପରିମାଣର ଜରିମାନା ରାଶି ପୈଠ କରି ସେମାନଙ୍କ ଚାଲାଣଗୁଡିକର ଫଇସଲା କରିବା ପାଇଁ ସୁଯୋଗ ପ୍ରଦାନ କରିବ।