ରେଢ଼ାଖୋଲ (କନ୍ଦର୍ପ ବେହେରା): ପୁଅ ଟିଏ ପାଇଁ ମା କେତେ ଓଷା ବ୍ରତ କରେ। ହେଲେ ପୁଅ ଦିନେ ନିଜ ଜନ୍ମ କଲା ମାକୁ ହତ୍ୟା କରିବ ଏ କଥା ବିଶ୍ୱାସ ଯୋଗ୍ୟ ମନେ ହେଉ ନ ଥିଲେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ଥାନା ତନ୍ତଗାଡ଼ ଗ୍ରାମରେ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ତନ୍ତଗାଡ ଗ୍ରାମରେ ପାରିବାରିକ କଳହରୁ ମା’ କୁ ବଡପୁଅ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଇନ୍ଦୁମତୀ ସାହୁ। ଅଭିଯୁକ୍ତ ବଡ଼ପୁଅ ଟେକାରାମ ସାହୁକୁ ପୋଲିସ ଗିରଫ କରିଛି।
ହତ୍ୟା କରି ମା’କୁ ପୁଅ ବିଲ ଭିତରେ ଫିଙ୍କିଦେଇଥିଲା। ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ବିଲ ଭିତରୁ ମୃତ ଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚୁରା କରୁଛି ରେଢ଼ାଖୋଲ ପୋଲିସ।