ଲାଡେନ୍‌ର ପୁଅ ନିହତ ହୋଇଥିବା ନେଇ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ

Published: Aug 1, 2019, 10:28 am IST

ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଓସାମା ବିନ ଲାଦେନର ପୁଅ ହମଜା ଲାଦେନର ମୃତ୍ୟୁ ହୋଇଥିବା ନେଇ ଆମେରିକା ଗଣମାଧ୍ୟମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏବେ ହମ୍‌ଜାର ମୃତ୍ୟୁର କାରଣ ଏବଂ ସ୍ଥାନ ସ୍ପଷ୍ଟ ହୋଇନାହିଁ । ଏପରିକି ଆମେରିକା ଗୁଇନ୍ଦା ଅଧିକାରୀମାନେ ଏବିଷୟରେ କିଛି ନୀରବତା ଅବଲମ୍ବନ କରିଛନ୍ତି । ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବୁଧବାର ଏହି ଖବର ଉପରେ କୌଣସି ଟିପ୍ପଣୀ ଦେଇ ନାହାନ୍ତି । ପୂର୍ବରୁ ଆମେରିକା ହମଜାର ଠିକଣା କହିବା ଉପରେ 10 ଲକ୍ଷ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଥିଲା । ଆମେରିକା କହିଥିଲା ଯେ, ହମଜା ନିଜର ପିତାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରୁଛି । ଏହାକୁ ଦୃଷ୍ଟିରେ ରଖି ପୁରସ୍କାର ଘୋଷଣା କରାଯାଇଥିଲା । ଆମେରିକା ଓସାମାଙ୍କ ପୁଅ ହମଜା ବିନ ଲାଦେନଙ୍କୁ ଆତଙ୍କବାଦ ସନ୍ଦେହ କରି ପୁରସ୍କାର ରାଶି ଘୋଷଣା କରିଥିଲା । ଜିହାଦର ଯୁବରାଜ ନାମରେ ଜଣାଶୁଣା ହମଜାର କୌଣସି ଠିକଣା ନ ଥିଲା । 9/11 ଆତଙ୍କବାଦୀ ଆକ୍ରମଣ ମୁଖ୍ୟ ମହମ୍ମଦ ଅତାର ଝିଅକୁ ହମଜା ବିବାହ କରିଥିଲା ।

Related posts