Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ହ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍…
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ହ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍…

September 13, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍..

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବର୍ତ୍ତମାନ କେନ୍ଦୁଝର ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଏକ କ୍ରୀଡା ଉତ୍ସବରେ ଯୋଗଦେଇଥିଲେ। ତେବେ ସେ ହଠାତ ହାତରେ ହ୍ୟାଣ୍ଡବଲ ଟି ଧରି ପଡିଆ ଉପରକୁ ବାହାରି ପଡିଲେ। ପାଖରେ ଥିବା ପୋଲିସ ଅଧିକାରୀ ଏହା ଦେଖି ତାଜୁବ୍। ତେବେ ଖେଳିବା ପାଇଁ ନୁହେଁ ବଂର କେନ୍ଦୁଝର ଠାରେ ୭୮ତମ ରାଜ୍ୟ ପୋଲିସ ପୁରୁଷ କବାଡି ଚାମ୍ପିୟାନସିପ୍ ଓ ଦଶମ ପୋଲିସ ହ୍ୟାଣ୍ଡବଲ ଚାମ୍ପିୟାନସିପ୍ ଉଦ୍‌ଯାପନ ସମାରୋହରେ ଯୋଗ ଦେବା ଅବସରରେ ସେ ଏପରି କରଥିଲେ।

ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଗେମରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ କରି କେବଳ ଓଡ଼ିଶା ପାଇଁ ଗୌରବ ନୁହେଁ ବରଂ ଭାରତର ପଦକ ତାଲିକାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।

ସୂଚନା ଯୋଗ୍ୟ ଯେ, କବାଡି ଚାମ୍ପିୟାନସିପ୍ ରେ ରାଉରକେଲାର ପୋଲିସ ଚତୁର୍ଥ ବାଟାଲିୟନ କୁ ହରାଇ କଟକ ପୋଲିସ ଷଷ୍ଠ ବାଟାଲିୟନ ବିଜୟୀ ହୋଇଥବା ବେଳେ ଓ ହ୍ୟାଣ୍ଡବଲ ଚାମ୍ପିୟାନସିପ୍ ରେ ଢେଙ୍କାନାଳ ଜିଲ୍ଲା କେନ୍ଦୁଝର ଜିଲ୍ଲାକୁ ହରାଇ ବିଜୟୀ ହୋଇଥିଲା। ବିଜୟୀ ଓ ରନର୍ସ ଅପ ଦଳକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ପୋଲିସ ବଳରେ ଏହିପରି କ୍ରୀଡା ପ୍ରତିଯୋଗିତା ସୁସ୍ଥ, ଶୃଙ୍ଖଳିତ ଓ ପ୍ରେରଣାଦାୟକ ପରିବେଶ ଗଠନ କରୁଛି। ଆଜିର ଏହି ପ୍ରତିଯୋଗୀତାରେ ଯେଉଁ କ୍ରୀଡା ପ୍ରତିଭାମାନେ ଖେଳୁଛନ୍ତି, ସେମାନେ କାଲି ଜାତୀୟ ଦଳର ସଦସ୍ୟ, ଏସିଆନ୍‌ ଗେମ୍ସର ପଦକ ବିଜେତା, କିମ୍ବା ଓଲିମ୍ପିକ୍ସ ଚାମ୍ପିୟାନ ହେବେ। ପୋଲିସ ସେବାରୁ ଆସିଥିବା ପ୍ରେରଣାଦାୟକ ନାମଗୁଡ଼ିକ ସେଥିପାଇଁ ପଥପ୍ରଦର୍ଶକ। ଆମେ ଭାରତୀୟ କ୍ରୀଡାକୁ ଯଦି ଆଜି ବିଶ୍ୱସ୍ତରରେ ଗର୍ବର ସହିତ ଦେଖୁଛୁ, ତାହାର ପଛରେ ରହିଛି ପୋଲିସ, ସେନା ଓ ପାରାମିଲିଟାରି ବଳର ଅସାଧାରଣ ଅବଦାନ। ଏଣୁ “ସୁସ୍ଥ ଯୁବଶକ୍ତି, ସୁସ୍ଥ ଓଡିଶା” ମୂଳମନ୍ତ୍ରରେ ଆମେ ବିଶ୍ୱାସ କରୁ।

ପୋଲିସବଳ ହେଉଛନ୍ତି ଯେ କୌଣସି ରାଜ୍ୟର ମେରୁଦଣ୍ଡ ସଦୃଶ। ପୋଲିସବଳ କୁ ସୁଦୃଢ କରିବା ପାଇଁ ରାଜ୍ୟରେ ସମୁଦାୟ ୧୬ ହଜାର ନୂଆ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୧୬ ହଜାର ଖାଲି ପଦବୀ ପୂରଣ କରାଯିବ। ଖାଲି ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗାମୀ କିଛି ବର୍ଷ ମଧ୍ୟରେ ରାଜ୍ୟ ପୋଲିସର କର୍ମଚାରୀ ଓ ଅଧିକାରୀ ସଂଖ୍ୟା ୩୨ ହଜାର ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ପୋଲିସ modernization ନିମନ୍ତେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଭିଜନ ‘Smart Policing’ ଉପରେ ଗୁରୁତ୍ୱ ଦେଇ Smart Police ଗଠନର ଉଦ୍ଦେଶ୍ୟକୁ ପୂରଣ କରିବା ନିମନ୍ତେ ଆମ ସରକାର ବଦ୍ଧପରିକର ବୋଲି କହିଛନ୍ତି।

କବାଡି ଏକ ଏହିପରି ଖେଳ, ଯାହା ଆମକୁ ସାହସ, ସ୍ଵନିୟନ୍ତ୍ରଣ ଓ ତୀବ୍ର ସିଦ୍ଧାନ୍ତ ନେବାର କ୍ଷମତା ଶିଖାଇଥାଏ। ଏହି ଖେଳ ଆମକୁ ଶିଖାଇଥାଏ ଯେ, ସାହସ ସହିତ ପଦକ୍ଷେପ ନିଆଗଲେ, ସଫଳତା ନିଶ୍ଚିତ। ହ୍ୟାଣ୍ଡବଲ ଖେଳରେ ହେଉଥିବା ପ୍ରତ୍ୟେକ ପାସ୍, ପ୍ରତ୍ୟେକ ଲକ୍ଷ୍ୟ ଏବଂ ପ୍ରତ୍ୟେକ ପ୍ରତିରକ୍ଷା କୌଶଳ କେବଳ ସେହି କୋର୍ଟରେ ଆବଦ୍ଧ ନୁହେଁ ବରଂ ସମସ୍ତଙ୍କ ବ୍ୟକ୍ତିଗତ ଜୀବନରେ – ସ୍ଥିରତା, ଶୃଙ୍ଖଳା ଏବଂ ପରସ୍ପର ପ୍ରତି ସମ୍ମାନ ଭାବ ମଧ୍ୟ ବିକଶିତ କରିଥାଏ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ, ନୂଆ ସରକାର ଆସିବା ପରେ ରାଜ୍ୟରେ ଆମେ କ୍ରୀଡ଼ାକୁ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରୁଛୁ । ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ନିମନ୍ତେ ଆଗାମୀ ୫ ବର୍ଷରେ ୩୧୪ ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୫-୨୬ ରେ ବ୍ଳକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟସ ହବ୍ ଭାବେ ବିକାଶ କରାଯିବ ।

ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ଘସିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ଼, ପାଟଣା ବିଧାୟକ ଶ୍ରୀ ଅଖିଳ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାୟକ, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନ୍ୟୁ ସେଠୀ, ପୋଲିସ ଡ଼ି.ଜି. ଶ୍ରୀ. ଯୋଗେଶ ବହାଦୁର ଖୁରାନିଆ, ଏସ.ଟି.ଏ କମିଶନର ଶ୍ରୀ ଅମିତାଭ ଠାକୁର, ଡ଼ି.ଆଇ.ଜି ଶ୍ରୀ ବ୍ରିଜେଶ ରାୟ ଓ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Read More-James Hillier Hails Animesh for Making History and Breaking Barriers

ପୋଲିସ ହ୍ୟାଣ୍ଡବଲ ଚାମ୍ପିୟାନସିପ୍ ମୁଖ୍ୟମନ୍ତ୍ରୀ ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ପୋଲିସ ପୁରୁଷ କବାଡି ଚାମ୍ପିୟାନସିପ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆର ସ୍ଵପ୍ନକୁ ଧୂଳିସାତ କଲା ଭାରତ: ବିଶ୍ୱ ରେକର୍ଡ ସହ ବିଶ୍ଵକପ ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ

October 30, 2025

ଦେଶର ନୂତନ CJI ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ: ସୁପାରିଶକୁ ଅନୁମୋଦନ କଲେ ରାଷ୍ଟ୍ରପତି

October 30, 2025

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025

ପୂର୍ବତଟ ରେଳପଥ ଦ୍ୱାରା ଡିସ୍ଲେକ୍ସିଆ ସଚେତନତା ମାସ ପାଳନ ପାଇଁ “ଗୋ ରେଡ୍” ଅଭିଯାନ

October 30, 2025
Latest News

ଅଷ୍ଟ୍ରେଲିଆର ସ୍ଵପ୍ନକୁ ଧୂଳିସାତ କଲା ଭାରତ: ବିଶ୍ୱ ରେକର୍ଡ ସହ ବିଶ୍ଵକପ ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ

October 30, 2025

ଜାତୀୟ ଏଫପିଓ କନକ୍ଲେଭ ୨୦୨୫ର ଉଦଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ

October 30, 2025

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ

October 30, 2025

ଦେଶର ନୂତନ CJI ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ: ସୁପାରିଶକୁ ଅନୁମୋଦନ କଲେ ରାଷ୍ଟ୍ରପତି

October 30, 2025

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.