ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ବିଭିନ୍ନ ବିଭାଗ ପାଇଁ ୧୬୮୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଏ ନେଇ ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେବେ। ତେବେ କେଉଁ ବିଭାଗରେ କେତେ ନିଯୁକ୍ତି ଦିଆଯିବ ତାହା ହେଲା
- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ- ୯୮୨
- ଜଳ ସଂପଦ ବିଭାଗ- ୪୧୩
- ଦକ୍ଷତା ବିକାଶ ବୈଷୟିକ ଶିକ୍ଷା- ୧୩୬
- ଅର୍ଥ ବିଭାଗ- ୬୧
- ଆଇନ ବିଭାଗ- ୩୭
- କୃଷି ଓ କୃଷକ ଶସକ୍ତିକରଣ- ୩୪
- ମତ୍ସ୍ୟ ଓ ପ୍ରାଣୀ ସଂପଦ- ୨୩