ଭୁବନେଶ୍ବର: ପୂଜା ଛୁଟି ପାଖେଲାଣି, ଆଉ ଦିନ କେଇଟା ପରେ ଆରମ୍ଭ ହେବ ଏହି ଦୀର୍ଘ ଛୁଟି। ଏହା ପୂର୍ବରୁ କଲେଜ ନିର୍ବାଚନ ହେବା କଥା। ଏହି ସମୟରେ କଲେଜ ପରିସର ଘୋ..ଘା ହେବା କଥା। ହେଲେ ପୁରା ଶୂନଶାନ। ବର୍ତ୍ତମାନ ପୂଜା ଛୁଟିକୁ ହିସାବକୁ ନେଇ କଲେଜ ନିର୍ବାଚନ ଆରମ୍ଭ ହୋଇଯିବା କଥା। ଏ ପର୍ଯ୍ୟନ୍ତ କିଛି ଘୋଷଣା ହୋଇ ନାହିଁ ଅର୍ଥାତ ଆଉ ନିର୍ବାଚନ ହେବା ନାହିଁ।
ପ୍ରକୃତ କଥା ହେଲା ବର୍ତ୍ତମାନ ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ମୁଖ୍ୟତଃ ସରକାରୀ ଦଳ ତରଫରୁ ଏ ନେଇ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ। ସୁତ୍ର ଅନୁସାରେ ବିଜେପି ବିଧାୟକ ତଥା ମନ୍ତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ନାହିଁ। ଏହାର କାରଣ ଜଣା ନ ପଡିଥିଲେ ମଧ୍ୟ ହାରିବା ଭୟ ରହିଛି। ଅନ୍ୟପକ୍ଷରେ କଲେଜ କର୍ତ୍ତୁପକ୍ଷ ମଧ୍ୟ କଲେଜ ନିର୍ବାଚନ ନେଇ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଫଳରେ ସରକାର ଏଥର କଲେଜ ନିର୍ବାଚନକୁ ବାତିଲ କରିଦେବେ ବୋଲି ସ୍ପଷ୍ଟ ହୋଇଛି।
Read More: Veer Savarkar Sports Complex: Amit Shah Inaugurates in Ahmedabad