Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଇ-ପ୍ରଶାସନ ପୁରସ୍କାର ପାଇବାକୁ ମନୋନୀତ ହେଲା କେନ୍ଦୁଝରର ଶୁଆକାଟି ପଞ୍ଚାୟତ
ଆଜିର ଖବର

ଜାତୀୟ ଇ-ପ୍ରଶାସନ ପୁରସ୍କାର ପାଇବାକୁ ମନୋନୀତ ହେଲା କେନ୍ଦୁଝରର ଶୁଆକାଟି ପଞ୍ଚାୟତ

September 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ଇ-ପ୍ରଶାସନ ପୁରସ୍କାର
ଜାତୀୟ ଇ-ପ୍ରଶାସନ ପୁରସ୍କାର ପାଇବାକୁ ମନୋନୀତ ହେଲା କେନ୍ଦୁଝରର ଶୁଆକାଟି ପଞ୍ଚାୟତ

ଭୁବନେଶ୍ୱର: ପ୍ରଶାସନିକ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ସଦୁପଯୋଗ କରି ନାଗରିକଙ୍କୁ ସୁଶାସନ ଯୋଗାଇ ଦେଇଥିବା କେନ୍ଦୁଝର ଜିଲ୍ଲାର ଶୁଆକାଟି ପଞ୍ଚାୟତକୁ ଚଳିତ ବର୍ଷ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ। ଆସନ୍ତା ୨୨-୨୩ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୨୮ତମ ଜାତୀୟ ଇ-ପ୍ରଶାସନ ସମ୍ମିଳନୀରେ ଶୁଆକାଟି ପଞ୍ଚାୟତକୁ ସ୍ୱତନ୍ତ୍ର ବିଚାରକ ବର୍ଗରେ ଏହି ପୁରସ୍କାର ଦିଆଯିବ। ପଞ୍ଚାୟତର ସରପଞ୍ଚ କୌତୁକ ନାଏକ ସମ୍ମିଳନୀରେ ପ୍ରମାଣପତ୍ର, ଟ୍ରଫି ଏବଂ ପୁରସ୍କାର ରାଶି ଗ୍ରହଣ କରିବେ।

ଶୁଆକାଟି ବ୍ୟତୀତ ମହାରାଷ୍ଟ୍ର, ଗୁଜରାଟ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ପଞ୍ଚାୟତକୁ ମଧ୍ୟ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ। ଡିଜିଟାଲ ନବସୃଜନ କିପରି ତୃଣମୂଳ ସ୍ତରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ପ୍ରଭାବଶାଳୀ ସେବା ବିତରଣ ସୁଦୃଢ଼ କରିପାରିବ ତାହା ଏସବୁ ଗ୍ରାମପଞ୍ଚାୟତ ପ୍ରମାଣିତ କରିଛନ୍ତି। ସେବା ବିତରଣକୁ ସୁଗମ କରିବା ଏବଂ ଡିଜିଟାଲ୍ ପ୍ରଶାସନରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ସହିତ ମିଳିତ ଭାବରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପ୍ରଥମ ଥର ପାଇଁ ଜାତୀୟ ଇ-ପ୍ରଶାସନ ପୁରସ୍କାର ୨୦୨୫ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ପୁରସ୍କାର ଆରମ୍ଭ କରିଛନ୍ତି।

ଶୁଆକାଟି ପଞ୍ଚାୟତ କର୍ତ୍ତୃପକ୍ଷ ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ନିରନ୍ତର ପଞ୍ଚାୟତବାସୀଙ୍କ କଲ୍ୟାଣ ପାଇଁ ପ୍ରୟାସ କରି ଆସୁଛନ୍ତି। ଏହି ପଞ୍ଚାୟତ ଡିଜିଟାଲ ସେବା ବିତରଣରେ ବିପ୍ଳବ ଆଣିଛି। ଏହା କେବଳ ବୈଷୟିକ ନବସୃଜନ ନୁହେଁ ବରଂ, ଏକ ସଶକ୍ତ ଏବଂ ଆତ୍ମନିର୍ଭର ପଞ୍ଚାୟତର ସ୍ୱପ୍ନ ସାକାର କରିବାର ପ୍ରେରଣାଦାୟକ ଯାତ୍ରାରେ ଅଗ୍ରସର ହେଉଛି। ଏଠାରେ ସବୁ ନାଗରିକକୁ ଦ୍ରୁତ, ସ୍ୱଚ୍ଛ ଏବଂ ସୁଗମ ସେବା ମିଳିପାରୁଛି। ଶୁଆକାଟି ପଞ୍ଚାୟତରେ ଅନଲାଇନ ସେବା ମାଧ୍ୟମରେ ଜନ୍ମ, ମୃତ୍ୟୁ, ବାସିନ୍ଦା, ବିବାହ, ଆୟ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ଆୟୁଷ୍ମାନ କାର୍ଡ ଗୋଟିଏ କ୍ଲିକରେ ସହଜରେ ମିଳିପାରୁଛି।

ନରେଗା ପୋର୍ଟାଲରେ ଶ୍ରମିକମାନଙ୍କୁ ଜବ କାର୍ଡ ଯୋଗାଇ ଦେବାର ସୁବିଧା ଦିଆଯାଇଛି। ଇ-ଗ୍ରାମ ସ୍ୱରାଜର ନିୟମିତ ଅନୁଧ୍ୟାନ କରାଯିବା ସହିତ ଗ୍ରାମୀଣ ଆବାସ ପାଇଁ ଡିଜିଟାଲ ସର୍ଭେ କରାଯାଉଛି। ଫଳରେ ପଞ୍ଚାୟତର ପ୍ରଶାସନିକ ପରିଚାଳନା ସରଳ, ସୂଚାରୁ, ସ୍ୱଚ୍ଛ ଏବଂ ପ୍ରଭାବୀ ହୋଇପାରିଛି।

ଫେସବୁକରେ ପଞ୍ଚାୟତର ସୂଚନା ନିୟମିତ ରୂପେ ଶେୟାର କରାଯାଉଛି। ଏହା ମାଧ୍ୟମରେ ଜନସାଧାରଣଙ୍କୁ ନୂଆ ଯୋଜନା, ସେବା ଏବଂ ପଞ୍ଚାୟତର ଉପଲବ୍ଧି ସମ୍ପର୍କରେ ଅବଗତ କରାଯାଉଛି। ଶୂଆକାଟି ପଞ୍ଚାୟତରେ ଜଳ ଯୋଗାଣ ଏବଂ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଏହାସହିତ ଏକ ପ୍ରଭାବଶାଳୀ ଅଭିଯୋଗ ସମାଧାନ ବ୍ୟବସ୍ଥା ବିକଶିତ କରାଯାଇଛି। ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ଏବଂ ୧୯୧୬ ଟୋଲ୍ ଫ୍ରି ନମ୍ବରରେ ନାଗରିକମାନେ ଅଭିଯୋଗ ଦାଖଲ କରୁଛନ୍ତି ଏବଂ ସେମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରାଯାଉଛି। ଏଠାକାର ଗ୍ରାମସଭା ଲୋକଙ୍କର ଜୀବନଶୈଳୀକୁ ବଦଳାଉଛି। ଡିଜିଟାଲ ଠକେଇରୁ ବର୍ତ୍ତିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପଞ୍ଚାୟତରେ ସାର୍ଥକ ଆଲୋଚନା କରାଯାଉଛି। ଗ୍ରାମ ସଭାର ନିଷ୍ପତ୍ତି ପ୍ରକ୍ରିୟାକୁ ପ୍ରଭାବୀ କରିବା ଲାଗି ‘ପଞ୍ଚାୟତ ନିର୍ଣ୍ଣୟ ଆପ୍’ ବ୍ୟବହାର କରାଯାଉଛି ଏବଂ ଏହା ଜରିଆରେ ବୈଠକ କାର୍ଯ୍ୟସୂଚୀ ପ୍ରସ୍ତୁତି ଏବଂ ସଂକଳ୍ପ ଗୃହୀତ ହେଉଛି।

ପଞ୍ଚାୟତବାସୀ ମେରୀ ପଞ୍ଚାୟତ ଆପ୍ ଜରିଆରେ ଅଭିଯୋଗ ଦାଖଲ କରିପାରୁଛନ୍ତି। ସେମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି । ପଞ୍ଚାୟତବାସୀଙ୍କୁ ୟୁପିଆଇ ଜରିଆରେ ଅର୍ଥପୈଠ, ବ୍ୟାଙ୍କ କାରବାର ଏବଂ ସୁରକ୍ଷିତ ଡିଜିଟାଲ ନେଣଦେଣ କରିବା ସମୟରେ ଠକାମିରୁ ବର୍ତ୍ତିବାର ଉପାୟ ବିଷୟରେ ସଚେତନ କରାଯାଉଛି।

ଶୁଆକାଟି ପଞ୍ଚାୟତରେ ଥିବା ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହର ବ୍ୟବସ୍ଥା ଫଳରେ ସ୍ମାର୍ଟ ଶିକ୍ଷକ ଏବଂ ସ୍ମାର୍ଟ ଛାତ୍ରଛାତ୍ରୀ ମିଶି ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଛନ୍ତି। ଏହି ପଞ୍ଚାୟତ ଡିଜିଟାଲ ଭାରତର ସଠିକ୍ ଏବଂ ସଶକ୍ତ ସ୍ୱରୂପ ପାଲଟିଛି ।

ପଞ୍ଚାୟତର ମହିଳାମାନେ ନିଜ ମୋବାଇଲରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ୍ ଶୁଣି ସଚେତନ ହେବା ସହିତ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଗ୍ରସର ହେଉଛନ୍ତି। ସକାଳର ଦିନଚର୍ଯ୍ୟା ଏଠାରେ ଇ-ନ୍ୟୁଜ୍ ପେପରରୁ ଆରମ୍ଭ ହୋଇଥାଏ। ଯୁବପିଢ଼ି ମୋବାଇଲରେ କ୍ରିକେଟ୍ ଦେଖିବା ଠାରୁ ଆରମ୍ଭ କରି ଇଣ୍ଟରନେଟ୍ ଜରିଆରେ ନିଜର ଜ୍ଞାନ ବୃଦ୍ଧି କରିପାରୁଛନ୍ତି। ଗ୍ରାମପଞ୍ଚାୟତର ଜନପ୍ରତିନିଧିମାନେ ନମୋ ଆପ୍ ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, ଯୋଜନା ଏବଂ ଗତିବିଧିରୁ ଶିକ୍ଷା ଲାଭ କରି ତୃଣମୂଳ ସ୍ତରରେ ସୁଶାସନ ପହଞ୍ଚାଇ ପାରୁଛନ୍ତି। ଏହି ପଞ୍ଚାୟତରେ ରାସନ କାର୍ଡ ଆବେଦନ ଠାରୁ ଆରମ୍ଭ କରି ପେନସନ ପର୍ଯ୍ୟନ୍ତ ସବୁ କାମ ଡିଜିଟାଲ ମାଧ୍ୟମରେ ହେଉଛି। ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ପିଏମ ସୂର୍ଯ୍ୟଘର ଯୋଜନା ପର୍ଯ୍ୟନ୍ତ ସବୁର ଆବେଦନ ମୋ ସେବା କେନ୍ଦ୍ର ମାଧ୍ୟମରେ କରାଯାଉଛି।

ଚାଷୀମାନେ ପିଏମ କିଷାନ ଠାରୁ ଆରମ୍ଭ କରି ଫସଲ ଟ୍ୟାଗିଂ ପର୍ଯ୍ୟନ୍ତ ସବୁକିଛି ମୋବାଇଲ ମାଧ୍ୟମରେ କରୁଛନ୍ତି। ଶତପ୍ରତିଶତ ଟିକାକରଣ ଟ୍ରାକିଂ ମଧ୍ୟ ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯାଉଛି। ପଞ୍ଚାୟତ କାର୍ଯ୍ୟାଳୟ ସିସିଟିଭି ନଜରରେ ରହିଛି । ଏହାଦ୍ୱାରା ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହେଉଛି।

ଏ ସମ୍ପର୍କରେ ପଞ୍ଚାୟତବାସୀ କୁହନ୍ତି, ମୋବାଇଲ ଜରିଆରେ ସେମାନଙ୍କୁ ସମସ୍ତ ସୂଚନା ମିଳିପାରୁଛି। ଏହା ସେମାନଙ୍କର ସମୟ ଏବଂ ଅର୍ଥ ସଞ୍ଚୟ କରୁଛି। ଡିଜିଟାଲ ସେବା ମାଧ୍ୟମରେ ଗାଁ ଲୋକଙ୍କୁ ଘରେ ବସି ସବୁ ସୁବିଧା ମିଳିଯାଉଛି। ଜଣେ ମହିଳା ଉଦ୍ୟୋଗୀ କହିଛନ୍ତି, ଅନଲାଇନ୍ କାରବାର କରି ସେ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁଛନ୍ତି। ଜିଓ ଟ୍ୟାଗିଂ ଜରିଆରେ ବିକାଶ କାର୍ଯ୍ୟର ନିରୀକ୍ଷଣ ସହଜ ହୋଇଥିବା ପଞ୍ଚାୟତ ଅଧିକାରୀ କହିଛନ୍ତି। କେହି ଏହାକୁ ଚମତ୍କାର ତ’ ଆଉ କେହି ଏହାକୁ ବିପ୍ଳବ କହୁଥିବା ବେଳେ ଶୁଆକାଟି ପଞ୍ଚାୟତ ଏକ ସୁରକ୍ଷିତ, ସମାବେଶୀ ଏବଂ ଆତ୍ମନିର୍ଭର ପଞ୍ଚାୟତ ପ୍ରଶାସନ ଦିଗରେ ଆଗକୁ ବଢ଼ି ଉନ୍ନତ, ସ୍ମାର୍ଟ, ପ୍ରଭାବୀ, ସ୍ୱଚ୍ଛ, ସମୟବଦ୍ଧ ଏବଂ ନାଗରିକ କେନ୍ଦ୍ରିତ ସୁଶାସନ ପ୍ରଦାନ କରି ସେବା ବିତରଣରେ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି।

ଇ-ପ୍ରଶାସନ କେନ୍ଦୁଝର ଜାତୀୟ ଇ-ପ୍ରଶାସନ ପୁରସ୍କାର ଡିଜିଟାଲ ଶୁଆକାଟି ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025
Latest News

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.