ପାକିସ୍ଥାନରେ ପେଟ୍ରୋଲ ଦର ୧୧୭ ଟଙ୍କା ହେବ, ତୈଳ୍ୟଜାତ ପଦାର୍ଥରେ ୧୦ ପ୍ରତିଶତ ବୃଦ୍ଧିକୁ ପାକିସ୍ଥାନ ସରକାରଙ୍କ ଅନୁମୋଦନ

Published: Aug 1, 2019, 1:29 pm IST
Now, petrol price hiked to Rs 117 per litre by PM Imran Khan government!

ଖୁବ ଶିଘ୍ର ପାକିସ୍ଥାନରେ ପେଟ୍ରୋଲ ଦର ବୃଦ୍ଧି ପାଇ ୧୧୭ ଟଙ୍କା ୮୩ ପଇସା ହେବ। ଏ ନେଇ ଗତକାଲି ପାକିସ୍ଥାନ ସରକାର ତୈଳ ଦର ବୃଦ୍ଧି ପାଇଁ ଅନୁମୋଦନ କରିଛନ୍ତି ବୋଲି ପାକିସ୍ଥାନ ଗଣମାଧ୍ୟମରୁ ଜଣାପଡିଛି। ପାକିସ୍ଥାନର ତୈଳ୍ୟ ଓ ଗ୍ୟାସ ନିୟନ୍ତ୍ରଣ ଅଥରିଟିର ସୁପାରିଶ ଅନୁସାରେ ସରକାର ଏହି ନିଷ୍ପତି କରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ସେହି ଅନୁସାରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ୧୫ ପଇସା ଏବଂ ହାଇ ସ୍ପିଡ ଡିଜେଲ ଲିଟର ପିଛା ୫ ଟଙ୍କା ୬୫ ପଇସା ବୃଦ୍ଧି କରାଯିବ। ନିଷ୍ପତି ଅନୁସାରେ ହାଲକା ଡିଜେଲ ଲିଟର ପିଛା ୮ ଟଙ୍କା ୯୦ ପଇସା ଏବଂ କିରୋସିନ ଲିଟର ପିଛା ୫ ଟଙ୍କା ୩୮ ପଇସା ମଧ୍ୟ ବୃଦ୍ଧି କରିବାକୁ ସରକାର ଅନୁମୋଦନ କରିଛନ୍ତି। ଏହା ଲାଗୁ ହେଲେ ପାକିସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୧୭ ଟଙ୍କା ୮୩ ପଇସା ହେବ। ବର୍ତ୍ତମାନ ଏହି ଦର ଲିଟର ପିଛା ୧୧୨ ଟଙ୍କା ୬୮ ପଇସା ଅଛି। ଗତ ଜୁନ ମାସରେ ସରକାର ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୨୬ ଏବଂ ହାଇ ସ୍ପିଡ ଡିଜେଲ  ୪ ଟଙ୍କା ୫ ପଇସା ବୃଦ୍ଧି କରିଥିଲେ। ଏହାପରେ ଜୁଲାଇରେ ପେଟ୍ରୋଲିୟମ ପଦାର୍ଥ ମୂଲ୍ୟ ବୃଦ୍ଧି ନ କରିବାକୁ ସରକାର ନିଷ୍ପତି କରିଥିଲେ। କିନ୍ତୁ ବିଶ୍ବରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଏପରି ଦର ବଢାଇବାକୁ ସରକାର ବାଧ୍ୟ ହେଲେ ବୋଲି କୁହାଯାଇଛି।

Related posts