ସାହିଲ୍‌ଙ୍କୁ ଠାରୁ ଅଲଗା ହେଲେ ଦିୟା

Published: Aug 1, 2019, 1:28 pm IST

ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ତାଙ୍କ ପତି ସାହିଲ୍‌ ସାଂଘାଙ୍କଠାରୁ ଅଲଗା ହେଉଛନ୍ତି । ଦିୟା ଏନେଇ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ୧୧ ବର୍ଷ ଧରି ଏକାଠି ରହିବାପରେ ଉଭୟ ଉଭୟଙ୍କ ସହମତିରେ ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଇଛନ୍ତି ।  ୨୦୧୪ ମସିହାରେ ଦିୟା ସାହିଲ୍‌ଙ୍କୁ ବିବାହ କରିଥିଲେ। ତେବେ ଏହି ବିଚ୍ଛେଦର କାରଣ ସମ୍ପର୍କରେ ସେ କିଛି ଜଣାଇନାହାନ୍ତି । ତେବେ ଦୁହେଁ ବନ୍ଧୁ ଭାବରେ ରହିବେ ବୋଲି କହିଛନ୍ତି ଦିୟା । ଦିୟା ‘କାଫିର୍‌’ ଜରିଆରେ ଡିଜିଟାଲ୍‌ ଦୁନିଆରେ ପାଦ ଥାପୁଛନ୍ତି । ଏଥିରେ ଅଭିନେତା ମୋହିତ ରୈନା ନଜର ଆସିବେ ।  ୨୦୦୦ ମସିହାର ମିସ୍‌ ଏସିଆ ପାସିଫିକ୍‌ ଟାଇଟଲ୍‌ ବିଜୟିନୀ ଦିୟା ୨୦୦୧ରେ ‘ରେହେନା ହେ ତେରେ ଦିଲ୍‌ ମୈଁ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ । ଦିୟା ‘ତୁମ୍‌ସା ନହିଁ ଦେଖା’, ‘ଲଗେ ରହୋ ମୁନ୍ନାଭାଇ’, ‘କ୍ରେଜି ୪’, ‘ସଞ୍ଜୁ ଆଦି ଫିଲ୍ମରେ ଅଭିନୟ କରିଛନ୍ତି ।

Related posts