ଭୁବନେଶ୍ଵର: ଓଡିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କୀତ ଏକ ସମୀକ୍ଷୀ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ରାଜ୍ୟ ପ୍ରଭାରୀ ବର୍ଣ୍ଣାଳୀ ଡେକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଭିଯାନର ଅଗ୍ରଗତି ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ ଗ୍ରହଣ କରାଯାଇଥିବା ରଣନୀତି ଉପରେ ଆଲୋଚନା ହୋଇଥିଲା।
ଓଡିଶାକୁ ପ୍ରଶଂସା କରି ଶ୍ରୀମତି ଡେକା କହିଛନ୍ତି, ଆଦି କର୍ମଯୋଗୀ ଅଭିଯାନକୁ କର୍ଯ୍ୟକାରୀ କରିବାରେ ଓଡିଶା ଭଲ ପ୍ରଦର୍ଶନ କରୁଛି। ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଆଦି କର୍ମଯୋଗୀ ଅଭିଯାନ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।