ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ସ୍ଥିତ କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମୋଟରସାଇକେଲରେ ଆସି ବୋମାମାଡ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ବୋମାମାଡ଼ରେ ସନ୍ତୋଷଙ୍କ ଘର ବାହାର ପଟେ କିଛି କ୍ଷତି ହୋଇଛି। ବୋମାମାଡ଼ ସମୟରେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ସାହିରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି।
ଖବର ପାଇ ବଡ଼ବଜାର ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଓ ଅନ୍ୟାନ୍ୟ କର୍ମଚାରୀ ମାନେରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ଅପରାଧୀ ମାନଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। କିଛି ପୁରୁଣା ଅପରାଧୀ ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି।