ମୁସଲିମ୍‌ ମହିଳାଙ୍କ ବିରୋଧରେ ବିଷ୍ଣୁ ସେଠୀଙ୍କ ଅଶାଳୀନ ମନ୍ତବ୍ୟ : ବିଧାନସଭା ମୁଲତବୀ

Published: Aug 1, 2019, 2:18 pm IST

ବିଧାନସଭା ଭିତରେ ମୁସଲିମ୍‌ ମହିଳାଙ୍କ ପ୍ରତି ବିରୋଧୀ ଦଳ ଉପନେତା  ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ନେଇ ଗୃହରେ ପ୍ରବଳ ପାଟିତୁଣ୍ଡ ହେବାରୁ ବାଚସ୍ପତି  ଗୃହକୁ ୩ଟା ଯାଏଁ ମୁଲତବୀ ରଖିଛନ୍ତି। ତିନି ତଲାକ୍ ଆଲୋଚନା ବେଳେ ବିବାଦୀୟ ବୟାନଦେଇଛନ୍ତି ବିଷ୍ଣୁ। ତଲାକ ପ୍ରଥା ଅନେକ ମୁସଲମାନ ଦେଶର ଗ୍ରହଣୀୟ ନୁହେଁ କିମ୍ବା ପ୍ରଚଳିତ ନୁହେଁ। ତେଣୁ ତିନି ତଲାକ୍ ବିଲ୍ ପାରିତ ହେବାପରେ ମୁସଲମାନ ମହିଳା ଉପକୃତ ହେବେ। ବିବାହ ପରେ ଛାଡପତ୍ର ସହଜରେ ହେଉନଥିବାରୁ ମୁସଲମାନ ମହିଳାଙ୍କୁ ରେଡ ଲାଇଟ ଏରିଆରେ ଦେଖିବାକୁ ମିଳିଛି ଓ ସେମାନେ ବାଧ୍ୟ ହୋଇ ବେଶ୍ୟାବୃତ୍ତିକୁ ଆପଣାଉଛନ୍ତି ବୋଲି ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ବିଷ୍ନୁଙ୍କ ଏହି ମନ୍ତବ୍ୟକୁ  ନେଇ ଗୃହରେ ଉତ୍ତେଜନା ଦେଖାଦେବା ପରେ ଏହା ମନଗଢା ତଥ୍ୟ ନୁହେଁ ବୋଲି ଶ୍ରୀ ସେଠୀ କହିଥିଲେ। ୟୁନିସେଫ୍‌ ଏବଂ ଆଉଟଲୁକ୍‌ ମାଗାଜିନ୍‌ର ତଥ୍ୟ ମୁଁ ପ୍ରକାଶ କରିଛି ବୋଲି ସେ  କହିଥିଲେ।

Related posts