ଭୁବନେଶ୍ବର: ବିଶ୍ୱ ଶାନ୍ତି ଦିବସ ଅବସରରେ ଇନର୍ ୱିଲ୍ ୱୁମେନ୍ ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେଶନ୍, ପ୍ରେସିଡେଣ୍ଟ ମଧୁସ୍ମିତା ତ୍ରିପାଠୀଙ୍କ ନେତୃତ୍ୱରେ, ଭୁବନେଶ୍ୱରର ଧଉଳି ସ୍ତୂପ ପରିସରରେ ଏକ ଅନୁଷ୍ଠାନ ଆୟୋଜିତ କରିଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସମଗ୍ର ବିଶ୍ୱରେ ସାମ୍ପ୍ରଦାୟିକ ସମ୍ମିଳନ, ଅହିଂସା ଓ ସାର୍ବଭୌମ ଭାଇଚାରାର ସନ୍ଦେଶ ପ୍ରସାର କରିବା ଥିଲା ।
ଅନେକ ସଦସ୍ୟ, ସାମାଜିକ କର୍ମୀ ଓ ଶାନ୍ତିପ୍ରିୟ ଲୋକମାନେ ଉତ୍ସାହର ସହିତ ଯୋଗଦେଇଥିଲେ । ଧୌଳି ସ୍ତୂପର ଶାନ୍ତିମୟ ପରିବେଶ ଏହି କାର୍ଯ୍ୟକ୍ରମକୁ ଅଧିକ ଅର୍ଥବାହୀ କରିଥିଲା ।
ବ୍ରହ୍ମା କୁମାରୀଜ୍ ଭୁବନେଶ୍ୱର ସବ୍-ଜୋନ୍ ଇନଚାର୍ଯ୍ୟ ବିକେ ଗୀତା ଦିଦି ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ବିଶ୍ୱ ଶାନ୍ତି ପାଇଁ ପ୍ରଥମ ପଦକ୍ଷେପ ଆନ୍ତରିକ ଶାନ୍ତି ଅଟୁଟ ରହିବା ଆବଶ୍ୟକ । ସକାରାତ୍ମକ ଚିନ୍ତା, ଧ୍ୟାନ ଓ ମୂଲ୍ୟାଧାରିତ ଜୀବନଚର୍ଯ୍ୟା ମାଧ୍ୟମରେ ସମାଜରେ ସହଯୋଗ ଓ ସମନ୍ୱୟ ଆଣାଯାଇପାରେ ।
କାର୍ଯ୍ୟକ୍ରମ ଶେଷରେ ଶାନ୍ତି ପ୍ରତିଜ୍ଞା ଓ ସାମୂହିକ ଧ୍ୟାନର ମାଧ୍ୟମରେ ମାନବଜାତିର କଲ୍ୟାଣ ପାଇଁ ସ୍ନେହ ଓ ଏକତାର ସନ୍ଦେଶ ପ୍ରେରଣ କରାଗଲା ।
Next-Gen GST Reforms: PM Addresses Nation Ahead of Sept 22 Rollout