ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବର୍ତ୍ତମାନ ପାର୍ବଣ ସମୟ ପାଳନ ଅବସରରେ ସାଧାରଣ ଜନତା ବହୁ ମଜଲିସ୍ ରେ ମଜ୍ଜି ରହୁଥିବା ବେଳେ କିଛି ଲୋକ ଜୁଆ ଖେଳରେ ଲିପ୍ତ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସର କଡା ନଜର ଫଳରେ ବହୁ ଜୁଆ ଆଡ୍ଡା ଉପରେ ଚଢାଉ କରି ସଫଳତା ପାଇଛି। ଏହିଭଳି ପରିସ୍ଥିତିରେ ବଡ଼ବଜାର ଥାନା ପକ୍ଷରୁ ଲକ୍ଷ୍ମୀ ନୃସିଂହ ସାହିରେ ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରି ୧୬ ଜଣ ଜୁଆଡିକୁ କାବୁ କରିଥିବା ବେଳେ ୫ ଲକ୍ଷ ଟଙ୍କାରୁ ଅଧିକ ଜବତ କରାଯାଇଛି।