ଜମ୍ମୁ କଶ୍ମୀରରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଅଚାନକ ୨୮ ହଜାର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଅଚାନକ ପଦକ୍ଷେପ ନେଇ କୌଣସି କାରଣ ଦିଆଯାଇ ନାହିଁ। ତେବେ ଜମ୍ମୁ କଶ୍ମୀରରେ ଦେଖାଯାଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଘାଟୀରେ ସୁରକ୍ଷା ବାହିନୀର ୨୮ ହଜାର ଯବାନ ମୁତୟନ କରାଯାଉଛି । ସୁରକ୍ଷା ବାହିନୀର ଜଣେ ଅଧିକାରୀ ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଶ୍ରୀନଗର ସହରର ଅତିସମ୍ବେଦନଶୀଳ ଅଂଚଳରେ ତଥା ଘାଟୀର ଅନ୍ୟସ୍ଥାନରେ ମୁତୟନ କରାଯାଉଛି । ଏଥିରେ ଅଧିକାଂଶ ସିଆରପିଏଫ ଯବାନ ମଧ୍ୟ ଅଛନ୍ତି । ସେହିପରି ସହରର ପ୍ରବେଶ ଓ ପ୍ରସ୍ତାନ ରାସ୍ତା ଗୁଡ଼ିକର ଦାୟିତ୍ୱ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳକୁ ଦାୟିତ୍ୱ ଦିଆଯିବାର ସୂଚନା ରହିଛି। ଗୁଇନ୍ଦା ସୂଚନା ଅନୁସାରେ ବିଦେଶୀ ଆତଙ୍କବାଦୀ ସେଠାରେ ମୁତୟନ ପୋଲିସକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି ।