ନୂଆଦିଲ୍ଲୀ: ଛତିଶଗଡର ରାୟପୁର ଜିଲ୍ଲାରେ ଏକ ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ରାୟପୁର ଜିଲ୍ଲା ପୋଲିସ ଅଧିକ୍ଷକ ଲାଲ ଉମ୍ମେଦ ସିଂହ କହିଛନ୍ତି ଯେ, ସହର ଉପକଣ୍ଠ ସିଲତରା ଅଞ୍ଚଳରେ ଅବସ୍ଥିତ ଗୋଦାବରୀ ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ପୋଡ଼ି ଯାଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ସମୟରେ ପ୍ରାୟ ୨୦୦ ଲୋକ ଉପସ୍ଥିତ ଥିଲେ।
ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଶ୍ରମିକଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ଆମେ ଅଧିକ ସୂଚନା ସଂଗ୍ରହ କରୁଛୁ।”