Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକ ଉତ୍ତର ମିଳୁ ନ ଥିବା ପ୍ରଶ୍ନ – ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ ?
ବିଶେଷ ଖବର

ଏକ ଉତ୍ତର ମିଳୁ ନ ଥିବା ପ୍ରଶ୍ନ – ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ ?

August 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏକ ଉତ୍ତର ମିଳୁନଥିବା ପ୍ରଶ୍ନ - ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ?
ବିଧାନସଭାର ପ୍ରଥମ ଦିନ, କଂଗ୍ରେସ ହିଁ ବିରୋଧୀ ଦଳ, ବିଜେପି ବିଜେଡ଼ିର “ବି–ଟିମ” ଏକ ଉତ୍ତର ମିଳୁନଥିବା ପ୍ରଶ୍ନ - ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ?

କେଦାର ମିଶ୍ର

ଯଦି ପ୍ରଶ୍ନ ପଚରାଯାଏ ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ, ତୁରନ୍ତ ଏହାର ଉତ୍ତର ମିଳିଯିବ, ଭବାନୀପାଟଣାର ମାନ୍ୟବର ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ। ଏହା ଯଦି ସତ୍ୟ ତାହେଲେ, ବିରୋଧୀ ଦଳ ନେତା କିଏ ବୋଲି ଆମେ ପ୍ରଶ୍ନ ପଚାରୁଛୁ କାହିଁକି? ଏ ପ୍ରଶ୍ନ ଆମେ ପଚାରୁନୁ, ଏ ପ୍ରଶ୍ନ ବାରମ୍ବାର ବିଜେପିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ପଚାରୁଛନ୍ତି। ଏକାଧିକ ଥର ଗଣମାଧ୍ୟମକୁ ଜୟନାରାୟଣ ମିଶ୍ର କହିସାରିଛନ୍ତି ଯେ ତାଙ୍କ ସପକ୍ଷରେ ବିଜେପି ବିଧୟାକ ଦଳର ସର୍ବାଧିକ ବିଧାୟକଙ୍କର ସମର୍ଥନ ରହିଥିଲା। ଯଦି ତାଙ୍କ ପ୍ରତି ବିଧାୟକଙ୍କର ସମର୍ଥନ ଥିଲା, ତାହେଲେ ସେ ବିଜେପି ବିଧାୟକ ଦଳର ନେତା କାହିଁକି ହେଲେନାହିଁ- ଏହି ପ୍ରଶ୍ନର ଉତ୍ତର ବିଜେପି ହାଇ କମାଣ୍ଡ ଦେବେ ବୋଲି ସେ କହିଛନ୍ତି। ଏହାର ଅର୍ଥ ଅତ୍ୟନ୍ତ ସ୍ପଷ୍ଟ- ବିଜେପି ବିଧାୟକ ଦଳ ଉପରେ ନେତାଙ୍କୁ ହାଇ କମାଣ୍ଡ ଲଦି ଦେଇଛନ୍ତି। ଏହାର ସତ୍ୟାସତ୍ୟ କଣ, ତାହା କେବଳ ବିଜେପି ବିଧାୟକମାନେ କହିପାରିବେ। ତେବେ ଜୟନାରାୟଣଙ୍କୁ ଉତ୍ତର ଦେଇ ପ୍ରଦୀପ୍ତ କହିଛନ୍ତି, ତାଙ୍କ ସପକ୍ଷରେ ମଧ୍ୟ କିଛି ବିଧାୟକ ରହିଥିଲେ।

ବିଧାନସଭା ଭିତରେ ବିଜେପିର ଏହି ଫାଳ ଫାଳ ଚେହେରା, ଶାସକ ବିଜେଡ଼ିକୁ ବେଶ ସୁହାଇଛି। କେନ୍ଦ୍ରରେ ବିଜେପିକୁ ଅସରନ୍ତି ସମର୍ଥନ ଦେଇ ଆସୁଥିବା ବିଜେଡି ଓଡିଶା ବିଧାନସଭାରେ ମୁଖ୍ୟ ବିରୋଧିଦଳକୁ ଏକ ପ୍ରକାର ସ୍ଥାଣୁ କରି ଦେଇଛି। ବିଜେପି ଏବେ ନିଜ ନିଜ ଭିତରେ ବେଶୀ ଲଢେଇ କରୁଛି। ଗୋଟେ ପକ୍ଷରେ ପ୍ରଦୀପ୍ତ ବନାମ ଜୟନାରାୟଣ ଟଣା ଓଟରା ହେଉଥିବା ବେଳେ, ହଠାତ ଗତ ସପ୍ତାହରେ ବିଜେପିର ଉପନେତା ବିଷ୍ଣୁ ସେଠୀ ଆକ୍ରାମକ ଅବତାର ନେଇଛନ୍ତି। ଏବେ ଲାଗୁଛି, ବସ୍ତୁତଃ ବିଷ୍ଣୁ ସେଠୀ ହିଁ ବିରୋଧୀ ଦଳ ନେତା। ପ୍ରଦୀପ୍ତ ନାୟକ ବିଧାନସଭା ବିତର୍କରେ ବା ଗଣମାଧ୍ୟମରେ ଏକ ପ୍ରକାର ମାର୍ଜିନ ରେ ରହିଛନ୍ତି। କେତେବେଳେ ଜୟନାରାୟଣ, ପୁଣି କେବେ ବିଷ୍ଣୁ ସେଠୀ ଓ ଅନେକ ସମୟରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝିଙ୍କ ଛାଇ ରେ ବିରୋଧୀ ଦଳ ନେତା ହଜି ଯାଉଛନ୍ତି।

ବିଜେପିର ଏହି ବିଚିତ୍ର ପିଠାକଳିରୁ କଂଗ୍ରେସକୁ ଭଲ ଲାଭ ମିଳୁଛି। ସଂଖ୍ୟା ନଥାଇ ମଧ୍ୟ ନରସିଂହ ମିଶ୍ର ଏବେ ମୁଖ୍ୟ ବିରୋଧୀ ଦଳର ନେତା ଭଳି କାମ କରୁଛନ୍ତି। କିଛି ବିଜେପି ବିଧାୟକ କହୁଛନ୍ତି, ଯେହେତୁ ସେମାନେ ନୂଆ, ତେଣୁ ଗୃହର କାର୍ୟଧାରା ବୁଝିବାକୁ ସେମାନଙ୍କୁ ସମୟ ଲାଗିବ। ତେବେ ଯେଉଁ ତିନିଜଣ ଅଭିଜ୍ଞ ବିଧାୟକ ନେତା ହେବାର ପ୍ରତିଯୋଗିତାରେ ଅଛନ୍ତି, ଏମାନେ ତ ନୂଆ ନୁହନ୍ତି। ସତ କହିବାକୁ ଗଲେ, ବିଜେପି ବିଧାୟକମାନେ ଏଯାଏ ବିଜେପି କେନ୍ଦ୍ରୀୟ ନେତୃତ୍ବର ମତିଗତି ବୁଝି ପାରୁନାହାନ୍ତି। ସଂସଦରେ ବିଜେଡି ଏନଡିଏର ସହଯୋଗୀ ଭଳି ବ୍ୟବହାର ପ୍ରଦର୍ଶନ କରୁଥିବାରୁ, ଏଠି ବିଜେଡି ବିରୋଧରେ କହିବାର ନୈତିକ ସାହସ ବିଜେପିର ଆସୁନାହିଁ।

ବିଜେପିର ଏ ପ୍ରକାର ଦୋଦୁଲ୍ୟମାନ ସ୍ଥିତି ଭିତରେ ଆଉ ଏକ ଚମତ୍କାର ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ସଂସ୍କୃତ ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ଏକ ପୁସ୍ତକ ଉନ୍ମୋଚନରେ ବିଜେଡି ଓ ବିଜେପି ବିଧାୟକମାନେ ଏକାଠି ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟରେ ହସହସ ମୁଦ୍ରାରେ ଭାଇ ଭାଇ ହୋଇ ଛିଡା ହୋଇଛନ୍ତି। ମୋଦୀଙ୍କ ଦରବାରରେ ଏ ଦୃଶ୍ୟ ଦେଖିଲା ପରେ ଏଠି ବିଧାନସଭାରେ ଆଉ ବିରୋଧ ହେବ କଣ? ତେଣୁ ବିଜେପି ଭିତରେ ଏବେ ଫାଟ ବଢୁଛି। ଜୟନାରାୟଣ, ପ୍ରଦୀପ୍ତ ଓ ବିଷ୍ନୁଙ୍କ ନେତୃତ୍ବରେ 23 ଜଣିଆ ବିଜେପି ବିଧାୟକ ଦଳ ତିନି ଭାଗ ହୋଇ କାମ କରୁଛି। ଗୃହ ଭିତରେ ବିରୋଧୀ ଦଳ ନେତାଙ୍କ କୌଣସି ପ୍ରଭାବ ଥିଲା ଭଳି ଲାଗୁନାହିଁ। ଇତି ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ମରୁଡି, ପୋଲିସ ଉପରେ ଜନତାଙ୍କ ଆକ୍ରୋଶ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆସିଛି। କୌଣସି ପ୍ରସଙ୍ଗରେ ବିଜେପି ଗୃହ ଭିତରେ ବା ବାହାରେ ବିଜେଡି କୁ ଘେରି ପାରିନାହିଁ।

ବରଂ ତିନ ତଲାକ ବିଲ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ଉପନେତା ବିଷ୍ଣୁ ସାହୁଙ୍କ ଅବାଞ୍ଛିତ ବୟାନକୁ ନେଇ ଏବେ କଂଗ୍ରେସ ବିଜେପି ଉପରେ ପ୍ରବଳ ଆକ୍ରମଣ ଆରମ୍ଭ କରିଛି। ବିରୋଧୀଙ୍କ ଏହି ଆପଣା ଆପଣା ଭିତରେ ଟଣାଟଣି ଦେଖି, ବିଜେଡି ଆରମରେ ନଖ ଘଷି ମଜା ଦେଖୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.