କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଏହି ପ୍ରସଙ୍ଗରେ ଭାରତରର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ କୌଣସି ଆବଶ୍ୟକତା ନାହିଁ । ଏହା ଦ୍ବିପାକ୍ଷିକ ପ୍ରସଙ୍ଗ । ବ୍ୟାଙ୍କକରେ ଆଜି ଭାରତୀୟ ବିଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପିମ୍ପୋଓଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ତରରେ ଆଲୋଚନା ହୋଇଥିଲା । ବୈଠକ ପରେ ଜୟଶଙ୍କର କାଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଆଲୋଚନା ହେବ ବୋଲି କହିଛନ୍ତି ଜୟଶଙ୍କର । ଜୟଶଙ୍କର ଓ ମାଇକ ପାମ୍ପିଓ ଆର୍ଥିକ ଓ ବ୍ୟବସାୟିକ ନୀତି ଉପରେ ଚର୍ଚ୍ଚା କରିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ରହିଥିବା ବେଳେ ବ୍ୟବସାୟିକ ଦୃଷ୍ଟିରୁ କିଛି ବିବାଦ ରହିଛି । ତେବେ ଏହି ବୈଠକ ପରେ ଏଥିରେ କିଛି ସୁଧାର ଆସିବା ନେଇ ଆଶା ରହିଛି ।