ଭୁବନେଶ୍ୱର: ନୂଆପଡା ଦଖଲ ରଣନୀତି ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନୂଆପଡାରେ ଯାହା କଲେ ବି ବିଜେପି ଜିତିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଖୁବ୍ ଶୀଘ୍ର ହଜାର ହଜାର ଲୋକ କଂଗ୍ରେସ ରେ ଯୋଗ ଦେବାକୁ ଯାଉଛନ୍ତି। । ଘାସିରାମ ମାଝୀ ନୂଆପଡା ମାଟିର ପୁଅ। ମାଟିର ମଣିଷ ଘାସିରାମ ମାଝୀ ହିଁ ଜିତିବ ଏବଂ ସେଥିନେଇ ମତଦାନର ଶେଷ ଏକ ସପ୍ତାହ ପାଦରେ ଚାଲି ଭୋଟ ଭିକ୍ଷା କରିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ବିଜେପି ଓ ବିଜେଡି କେତେ ଶହ କୋଟି ଖର୍ଚ୍ଚ କରିବେ ପ୍ରସ୍ତୁତ ରହନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।
ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ୱାର ରୁମ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ୬ ଟି ଯୋନ ରେ ୬ ଟି କମିଟି ହୋଇସାରିଲାଣି। ଆସନ୍ତା ୫ କିମ୍ବା ୬ ତାରିଖ ଆଡ଼କୁ ନୂଆପଡା ଯିବି ଏବଂ କଂଗ୍ରେସର ବିଜୟ ପର୍ବ ଆରମ୍ଭ ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ୨୦୧୯ ନିର୍ବାଚନରେ ବିଜେପିର ବିଜୟୀ ଏମପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କଠୁ ନୂଆପଡା ବିଧାନସଭା କ୍ଷେତ୍ରରେ ଏକ ହଜାର ଭୋଟରେ କଂଗ୍ରେସ ଆଗରେ ଥିଲା।
ଗତ ନିର୍ବାଚନରେ ଘାସିରାମ ମାଝୀ ୫୦ ହଜାର ଭୋଟ ପାଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ ପାଇଥିଲେ। ବର୍ତ୍ତମାନ ଘାସିରାମ ମାଝୀ ହେଉଛନ୍ତି ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି । ତେଣୁ ଆମ ଖାତାରେ ୬୫ ହଜାର ଭୋଟ ଅଛି। ସେପଟେ ବିଜେଡି ୬୨ ହଜାର ଭୋଟ ପାଇ ନିର୍ବାଚନ ଜିତିଥିଲା। ଏସସି, ଏସଟି ଓ ଓବିସି ଭୋଟ ଆଉ ଅଧିକ ସଂଖ୍ୟାରେ କଂଗ୍ରେସ ସପକ୍ଷରେ ପୋଲାରାଇଜ ହେବ ବୋଲି ପିସିସି ସଭାପତି ଶ୍ରୀଦାସ ଦୃଢୋକ୍ତି ପ୍ରକାଶ କରିଥିଲେ।