The Samikhsya Desk: କନ୍ୟାକୁ ମନଲାଖି ଭଲ ବର ମିଳିବା ଏବଂ ବରକୁ ଜଣେ ଭଲ କନ୍ୟା ମିଳିବା ବର୍ତ୍ତମାନ କଷ୍ଟକର। ହେଲେ ବର୍ତ୍ତମାନ ଯୁଗରେ ବିଭିନ୍ନ ଆପ ତଥା ମ୍ୟାରେଜ ବ୍ୟୁରୋ ମାଧ୍ୟମରେ ଏହି କାର୍ଯ୍ୟର ସମାଧାନ ହୋଇପାରୁଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ କନ୍ୟା ନିଜର ବିବାହ ପାଇଁ ରାସ୍ତାରେ ବହୁ ହୋଡିଂ ଲଗାଇ ବିଜ୍ଞାପନ ଦେଇଛନ୍ତି। ଏ କଥା ଆପଣ କେବେ ଶୁଣି ନ ଥିବେ। ହେଲେ କଥାଟି ସତ। ଜଣେ ଭଲ ବରଟିଏ ପାଇବା ପାଇଁ କନ୍ୟା ରାସ୍ତାରେ ବଡ ବଡ ହୋର୍ଡିଂ ମାରି ବିଜ୍ଞାପନ ଦେଇଛନ୍ତି।
ନ୍ୟୁର୍କ ପୋଷ୍ଟ ଖବରକାଗଜ ଅନୁସାରେ ଆମେରିକା କାଲିଫର୍ଣ୍ଣିଆ ସହରର ଜଣେ 42 ବର୍ଷିୟ ଝିଅ ନିଜର ମନଲାଖି ବରଟିଏ ପାଇବା ପାଇଁ ସହରର ପ୍ରମୁଖ ସ୍ଥାନମାନଙ୍କରେ ହୋର୍ଡିଂ ଲଗାଇଛନ୍ତି। ସେହି ଝିଅର ନାମ ହେଉଛି ଲିସା କାଟାଲୋନା। ସେ ଆମେରିକାରେ ପୋଷାକ ବ୍ୟବସାୟ କରନ୍ତି। ସେ ବହୁ ବର୍ଷ ଧରି ବିଭିନ୍ନ ମୋବାଇଲ ଆପ ମାଧ୍ୟମରେ ନିଜ ପାଇଁ ଭଲ ବରଟିଏ ଖୋଜିବାକୁ ଚେଷ୍ଠା କରିଥିଲେ। ହେଲେ ସେ ତାଙ୍କର ମନୋନିତ ବରଟିଏ ପାଇପାରିଲେ ନାହିଁ।
ଶେଷରେ ସେ ନିରାସ ହୋଇ ବର ଖୋଜିବା ପାଇଁ ବିପୁଳ ପଇସା ଖର୍ଚ୍ଚ କରି ରାସ୍ତା ଘାଟରେ ବିଭିନ୍ନ ହୋର୍ଡିଂ ଲଗାଇଛନ୍ତି। ସେତିକି ନୁହେଁ ସେ ନିଜ ସଂପର୍କରେ ଅନ୍ୟମାନେ ଜାଣିବା ପାଇଁ ଏକ ସ୍ବତନ୍ତ୍ର ୱେବ ସାଇଟ ମଧ୍ୟ ନିର୍ମାଣ କରିଛନ୍ତି। ଯାହାର ନାମ ହେଲା https://www.marrylisa.com/ । ହୋର୍ଡିଂ ବିଜ୍ଞାପନରେ ସେ ଏହି ୱେବସାଇଟ ନାମ ଦେଇଛନ୍ତି। ଏଥିରେ ସେ ବରମାନଙ୍କୁ ଆବେଦନ କରିବା ପାଇଁ ଆହ୍ବାନ କରିଛନ୍ତି। ସେଥିପାଇଁ ୱେବସାଇଟରେ ସ୍ବତନ୍ତ୍ର ଫର୍ମ ମଧ୍ୟ ଜାରୀ କରାଯାଇଛି।
ଲିସାଙ୍କ ସହିବା କଥା ଯେ, ସେ ଜଣେ ଭଲ ବରଟିଏ ଚାହୁଁଛନ୍ତି। ଯାହାକୁ ନେଇ ସାରା ଜୀବନ ଅତିବାହିତ କରିବେ। ଯାହାକୁ ନେଇ ତାଙ୍କ ପରିବାର ଖୁସି ହେବେ। ମୁଁ ଚାହୁଁ ନାହିଁ ବିବାହ କରି କିଛି ମାସ ପରେ ବିଚ୍ଛେଦ ହେଉ। ମୁଁ ସାରା ଜୀବନ ତାଙ୍କୁ ସାଥୀ କରିବି। ସେଥିପାଇଁ ଏହି ନିଷ୍ପତି ବେଶ ଭାବି ଚିନ୍ତି କରିବି ବୋଲି ଲିସା କହିଛନ୍ତି। ଭଲ ବରଟିଏ ବାଛିବା ପାଇଁ ଏହି ବିଜ୍ଞାପନ ଉପଯୁକ୍ତ ମାଧ୍ୟମ ବୋଲି ଭାବି ଏପରି ପଦକ୍ଷେପ ନେଲି ବୋଲି ସେ କହିଛନ୍ତି।
ତେବେ ଏହି ବିଜ୍ଞାପନକୁ ନେଇ ସାରା ଆମେରିକାରେ ବେଶ ଚର୍ଚ୍ଚା ଚାଲିଛି। ବହୁ ବର ଏଥିରେ ଆଗ୍ରହ ପ୍ରକାଶ ମଧ୍ୟ କରିବାରେ ଲାଗିଛନ୍ତି। ଲିସା ନିଜର ସ୍ବାମୀ ବାଛିବା ପାଇଁ ଯେପରି ପଇସା ଖର୍ଚ୍ଚ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛି। ତେବେ ଏହିପରି ବିଜ୍ଞାପନ କୌଣସି ପ୍ରଚାର ପ୍ରସାର ପାଇଁ ନୁହେଁ ବୋଲି ଲିସା ଜୋରଦେଇ କହିଛନ୍ତି। ଏହା ହେଉଛି ପ୍ରକୃତରେ ମୋର ଜୀବନ ସାଥୀ ବାଛିବାର ମାଧ୍ୟମ ବୋଲି ସେ କହିଛନ୍ତି। କେବଳ ହୋର୍ଡିଂ ନୁହେଁ ଲିସା ଟାକ୍ସିଗୁଡିରେ ମଧ୍ୟ ବିଜ୍ଞାପନ ଦେଇଛନ୍ତି।
World Food India 2025 Bags ₹1.02 Lakh Crore Investment Commitments