Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲଗାଇଲେ କନ୍ୟା, ଅନଲାଇନରେ ଆବେଦନ କରିବାକୁ ବରମାନଙ୍କୁ ଆହ୍ବାନ
ଅନ୍ତରାଷ୍ଟ୍ରୀୟ

ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲଗାଇଲେ କନ୍ୟା, ଅନଲାଇନରେ ଆବେଦନ କରିବାକୁ ବରମାନଙ୍କୁ ଆହ୍ବାନ

September 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିବାହ ପାଇଁ ରାସ୍ତାରେ ହୋର୍ଡିଂ
ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲଗାଇଲେ କନ୍ୟା, ଅନଲାଇନରେ ଆବେଦନ କରିବାକୁ ବରମାନଙ୍କୁ ଆହ୍ବାନ

The Samikhsya Desk: କନ୍ୟାକୁ ମନଲାଖି ଭଲ ବର ମିଳିବା ଏବଂ ବରକୁ ଜଣେ ଭଲ କନ୍ୟା ମିଳିବା ବର୍ତ୍ତମାନ କଷ୍ଟକର। ହେଲେ ବର୍ତ୍ତମାନ ଯୁଗରେ ବିଭିନ୍ନ ଆପ ତଥା ମ୍ୟାରେଜ ବ୍ୟୁରୋ ମାଧ୍ୟମରେ ଏହି କାର୍ଯ୍ୟର ସମାଧାନ ହୋଇପାରୁଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ କନ୍ୟା ନିଜର ବିବାହ ପାଇଁ ରାସ୍ତାରେ ବହୁ ହୋଡିଂ ଲଗାଇ ବିଜ୍ଞାପନ ଦେଇଛନ୍ତି। ଏ କଥା ଆପଣ କେବେ ଶୁଣି ନ ଥିବେ। ହେଲେ କଥାଟି ସତ। ଜଣେ ଭଲ ବରଟିଏ ପାଇବା ପାଇଁ କନ୍ୟା ରାସ୍ତାରେ ବଡ ବଡ ହୋର୍ଡିଂ ମାରି ବିଜ୍ଞାପନ ଦେଇଛନ୍ତି।

ନ୍ୟୁର୍କ ପୋଷ୍ଟ ଖବରକାଗଜ ଅନୁସାରେ ଆମେରିକା କାଲିଫର୍ଣ୍ଣିଆ ସହରର ଜଣେ 42 ବର୍ଷିୟ ଝିଅ ନିଜର ମନଲାଖି ବରଟିଏ ପାଇବା ପାଇଁ ସହରର ପ୍ରମୁଖ ସ୍ଥାନମାନଙ୍କରେ ହୋର୍ଡିଂ ଲଗାଇଛନ୍ତି। ସେହି ଝିଅର ନାମ ହେଉଛି ଲିସା କାଟାଲୋନା। ସେ ଆମେରିକାରେ ପୋଷାକ ବ୍ୟବସାୟ କରନ୍ତି। ସେ ବହୁ ବର୍ଷ ଧରି ବିଭିନ୍ନ ମୋବାଇଲ ଆପ ମାଧ୍ୟମରେ ନିଜ ପାଇଁ ଭଲ ବରଟିଏ ଖୋଜିବାକୁ ଚେଷ୍ଠା କରିଥିଲେ। ହେଲେ ସେ ତାଙ୍କର ମନୋନିତ ବରଟିଏ ପାଇପାରିଲେ ନାହିଁ।

ଶେଷରେ ସେ ନିରାସ ହୋଇ ବର ଖୋଜିବା ପାଇଁ ବିପୁଳ ପଇସା ଖର୍ଚ୍ଚ କରି ରାସ୍ତା ଘାଟରେ ବିଭିନ୍ନ ହୋର୍ଡିଂ ଲଗାଇଛନ୍ତି। ସେତିକି ନୁହେଁ ସେ ନିଜ ସଂପର୍କରେ ଅନ୍ୟମାନେ ଜାଣିବା ପାଇଁ ଏକ ସ୍ବତନ୍ତ୍ର ୱେବ ସାଇଟ ମଧ୍ୟ ନିର୍ମାଣ କରିଛନ୍ତି। ଯାହାର ନାମ ହେଲା https://www.marrylisa.com/ । ହୋର୍ଡିଂ ବିଜ୍ଞାପନରେ ସେ ଏହି ୱେବସାଇଟ ନାମ ଦେଇଛନ୍ତି। ଏଥିରେ ସେ ବରମାନଙ୍କୁ ଆବେଦନ କରିବା ପାଇଁ ଆହ୍ବାନ କରିଛନ୍ତି। ସେଥିପାଇଁ ୱେବସାଇଟରେ ସ୍ବତନ୍ତ୍ର ଫର୍ମ ମଧ୍ୟ ଜାରୀ କରାଯାଇଛି।

ଲିସାଙ୍କ ସହିବା କଥା ଯେ, ସେ ଜଣେ ଭଲ ବରଟିଏ ଚାହୁଁଛନ୍ତି। ଯାହାକୁ ନେଇ ସାରା ଜୀବନ ଅତିବାହିତ କରିବେ। ଯାହାକୁ ନେଇ ତାଙ୍କ ପରିବାର ଖୁସି ହେବେ। ମୁଁ ଚାହୁଁ ନାହିଁ ବିବାହ କରି କିଛି ମାସ ପରେ ବିଚ୍ଛେଦ ହେଉ। ମୁଁ ସାରା ଜୀବନ ତାଙ୍କୁ ସାଥୀ କରିବି। ସେଥିପାଇଁ ଏହି ନିଷ୍ପତି ବେଶ ଭାବି ଚିନ୍ତି କରିବି ବୋଲି ଲିସା କହିଛନ୍ତି। ଭଲ ବରଟିଏ ବାଛିବା ପାଇଁ ଏହି ବିଜ୍ଞାପନ ଉପଯୁକ୍ତ ମାଧ୍ୟମ ବୋଲି ଭାବି ଏପରି ପଦକ୍ଷେପ ନେଲି ବୋଲି ସେ କହିଛନ୍ତି।

ତେବେ ଏହି ବିଜ୍ଞାପନକୁ ନେଇ ସାରା ଆମେରିକାରେ ବେଶ ଚର୍ଚ୍ଚା ଚାଲିଛି। ବହୁ ବର ଏଥିରେ ଆଗ୍ରହ ପ୍ରକାଶ ମଧ୍ୟ କରିବାରେ ଲାଗିଛନ୍ତି। ଲିସା ନିଜର ସ୍ବାମୀ ବାଛିବା ପାଇଁ ଯେପରି ପଇସା ଖର୍ଚ୍ଚ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛି। ତେବେ ଏହିପରି ବିଜ୍ଞାପନ କୌଣସି ପ୍ରଚାର ପ୍ରସାର ପାଇଁ ନୁହେଁ ବୋଲି ଲିସା ଜୋରଦେଇ କହିଛନ୍ତି। ଏହା ହେଉଛି ପ୍ରକୃତରେ ମୋର ଜୀବନ ସାଥୀ ବାଛିବାର ମାଧ୍ୟମ ବୋଲି ସେ କହିଛନ୍ତି। କେବଳ ହୋର୍ଡିଂ ନୁହେଁ ଲିସା ଟାକ୍ସିଗୁଡିରେ ମଧ୍ୟ ବିଜ୍ଞାପନ ଦେଇଛନ୍ତି।

World Food India 2025 Bags ₹1.02 Lakh Crore Investment Commitments

Lisa MarryLisa ବାହା ହେବା ପାଇଁ ବିଜ୍ଞାପନ ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲିସା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.