ଭୁବନେଶ୍ବର: ଆଜି କଟକର ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କଟକର ପ୍ରସିଦ୍ଧ ମେଢ ଦର୍ଶନ କରିବା ସହିତ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।
ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, କଟକ ସହର ଭାଇଚାରାର ସହର । ଏଠାରେ ସମସ୍ତଙ୍କ ସହଯୋଗରେ ଦୁର୍ଗା ପୂଜା ଆମ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ । କଟକର ଦୁର୍ଗା ପୂଜାରେ ସାମିଲ ହେବା ଏକ ଦିବ୍ୟ ଅନୁଭବ । ସମସ୍ତଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ରହିଥାଉ।