ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ଲାଲକିଲ୍ଲାରେ ଦଶହରା ଉତ୍ସବରେ ଅଂଶଗ୍ରହଣ କରି ରାବଣ ବଧ କରିଥିଲେ।ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଯେତେବେଳେ ଆତଙ୍କବାଦର ରାକ୍ଷସ ମାନବଜାତି ଉପରେ ଆକ୍ରମଣ କରେ, ସେତେବେଳେ ଏହାକୁ ଦମନ କରିବା ଜରୁରୀ ହୋଇପଡ଼େ। ସେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ‘ଅପରେସନ୍ ସିନ୍ଦୂର’କୁ ଆତଙ୍କବାଦର ରାବଣ ଉପରେ ମାନବଜାତିର ବିଜୟର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ।ରାଷ୍ଟ୍ରପତି ମୁର୍ମୁ ଲୋକମାନଙ୍କୁ ନିଜ ଭିତରେ ଥିବା ଦୁଷ୍ଟତାର ରାବଣକୁ ନଷ୍ଟ କରିବାକୁ ବାର୍ତ୍ତା ଦେଇଥିଲେ।
ଦ୍ରୌପଦୀ ମୁର୍ମୁ ଏକ ଗୋଲାପୀ ଶାଢ଼ି ପିନ୍ଧି ଧନୁତୀର ଧରି ରାବଣ ଉପରେ ଅଗ୍ନି ସଂଯୋଗ କରିଥିଲେ। ଏହା ପୂର୍ବରୁ ରାଷ୍ଟ୍ରପତି କମଳା ଏବଂ ଲାଲ ପୋଷାକ ପିନ୍ଧି ଧନୁ ଏବଂ ତୀର ସହିତ ରାମ ରୂପରେ ସଜ୍ଜିତ ବ୍ୟକ୍ତି ଉପରେ ତିଳକ ଲଗାଇ ଥିଲେ।। ଅଳ୍ପ ଦୂରରେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ବଡ଼ ପ୍ରତିମୂର୍ତ୍ତି ଦୃଶ୍ୟମାନ ଅଗ୍ନି ସଂଯୋଗ କରାଯାଇ ଥିଲା।
Bharat Gaurav Train to Four Jyotirlingas & Statue of Unity; Know Here Details