ବାଲୁଗାଁ:-ଶନିବାର ଅପରାହ୍ନରେ ଚିଲିକା କୁଳ ନିକଟରୁ ଏକ ଅଜଣା ମୃତ ଶରୀର ଉଦ୍ଧାର କରିଛି ବାଲୁଗାଁ ଅଗ୍ନିଶମ ବାହିନୀ। ଖବର ମୁତାବକ ବାଲୁଗାଁ ମା କାଳିଜାଇ ମୋଟର ବୋଟ ଆସୋସିଏସନ ଯାତ୍ରୀନିବାସ ପଛ ପାର୍ଶ୍ୱରେ ଏକ ଅଜଣା ବୃଦ୍ଧର ମୃତ ଶରୀର ଅନେକ ସମୟ ଧରି ପଡି ରହିଥିଲା।
ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।
INTACH Odisha Hosts State-Level Heritage Quiz 2025 in Bhubaneswar