Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ରାଜ୍ୟ ଖବର

ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 6, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡାରେ ୧୧୦୦ରୁ ଅଧିକ
ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ନୂଆପଡା ବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା। ସେମାନେ ଯେତେବେଳେ ଚାହିଁବେ, ମୋତେ ଭେଟିପାରିବେ। ସେମାନଙ୍କ କୌଣସି ସମସ୍ୟା ଯଦି ମୋ ନଜରକୁ ଆସେ, ତେବେ ସେ ସବୁକୁ ଗୁରୁତ୍ବ ଦିଆଯାଇ ସମାଧାନ କରିବାକୁ ଉଦ୍ୟମ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୂର ହେଉ କି ପାଖ, ବଡ ହେଉ ବା ଛୋଟ, ରାଜ୍ୟର ସବୁ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମୋଦୀଜୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ରାଜ୍ୟର ଜନସାଧାରଣଙ୍କ ସେବା ପାଇଁ ସବୁ ସମୟରେ, ସବୁ ମୁହୂର୍ତ୍ତରେ ଉପସ୍ଥିତ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆପଡା ସହିତ ମୋର ଭାବଗତ ସମ୍ପର୍କ ରହିଛି ଏବଂ ଏହା ବଢି ବଢି ଚାଲିଛି। ଆଗାମୀ ଦିନରେ ଏହି ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲା ପାଇଁ ୧୧୦୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କରିଥିଲେ । ଏଥିମଧ୍ୟରୁ ୬୪ କୋଟି ୨ ଲକ୍ଷ ଟଙ୍କା ବିନିଯୋଗରେ ୧୦୯ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା । ୧୫୯ କୋଟି ୭୬ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଏବଂ ୭୫ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ନୂଆପଡା ଜିଲ୍ଲାରେ ଜଳସେଚନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୮୦୨ କୋଟି ୯ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ । ଅନ୍ନଦାତା ମାନଙ୍କ ଜମିକୁ ଜଳ ଯୋଗାଇବା ପାଇଁ ସରକାର ନିଷ୍ଠାର ସହ ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପୂର୍ବରୁ ଖରିଆର୍ ରୋଡ୍‌କୁ ଏନ୍‌.ଏ.ସି ରୁ ମୁନିସପାଲିଟି କରିବା ପାଇଁ ଦାବି ହୋଇଆସୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏହାକୁ ମୁନିସପାଲିଟି ରୂପେ ଘୋଷଣା କରିଛନ୍ତି । ସେହିପରି କୋମନା ବ୍ଲକକୁ ଏନ୍‌.ଏ.ସି ମାନ୍ୟତା ପ୍ରଦାନ କରାଯାଇଛି ଏବଂ ସିନାପାଲି ଗ୍ରାମପଞ୍ଚାୟତ ଓ ଗୋଡାଲ ଗ୍ରାମପଞ୍ଚାୟତକୁ ମିଶାଇ ଏହାକୁ ସିନାପାଲି ଏନ୍‌.ଏ.ସି ରୂପେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହା ଭିତରେ ମୁଖ୍ୟମନ୍ତ୍ରୀ ତିନି ଥର ନୂଆପଡା ଆସିସାରିଲେଣି। ଏପ୍ରିଲ ମାସରେ ମାରାଗୁଡା ମହୋତ୍ସବକୁ ଆସି ମୁଖ୍ୟମନ୍ତ୍ରୀ ୩୨୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହା ସହିତ ନୂଆପଡା ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ଯୋଗଦେଇଥିଲେ। ଆଜିକୁ ମିଶାଇ ନୂଆପଡା ପାଇଁ ମୁଖ୍ୟମନ୍ତ୍ରୀ ୧୪୨୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର କେନ୍ଦୁପତ୍ର ତୋଳାଳୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି । ଚଳିତ ବର୍ଷ GST Council ବୈଠକରେ ସେ ନିଜେ ଉପସ୍ଥିତ ହୋଇ କେନ୍ଦୁପତ୍ର ଉପରେ GST ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ । ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର GST ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମ୍ କରିଛନ୍ତି । ଏହାଦ୍ବାରା ସାରାଦେଶର ତଥା ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ରାଜ୍ୟର ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ ଅଫିସ ଖୋଲାଯିବ । ବର୍ତ୍ତମାନ ରାଜ୍ୟର ୩୧୭ଟି ତହସିଲରୁ ୨୧୦ଟି ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ ରହିଛି । ଖୁବଶୀଘ୍ର ବାକି ୧୦୭ଟି ତହସିଲରେ ସବ୍‌ ରେଜିଷ୍ଟ୍ରେସନ୍ ଅଫିସ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ପ୍ରଥମ ପର୍ଯ୍ୟାୟରେ ନୂଆପଡାର ୩ଟି – ସିନାପାଲି, କୋମନା ଓ ବୋଡେନ୍ ଏବଂ ମାଲକାନଗିରିର ୪ଟି- ମାଥିଲି, କାଲିମେଳା, ଖଇରପୁଟ ଓ କୁଡୁମୁଲୁଗୁମା- ଏହିପରି ୭ଟି ତହସିଲରେ ସବ୍‌ ରେଜିଷ୍ଟେସନ୍‌ ଅଫିସ ଖୋଲାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟରେ ଦୀର୍ଘଦିନ ଧରି ବିଭିନ୍ନ ପଛୁଆ ଅଞ୍ଚଳ ଆଞ୍ଚଳିକ ବୈଶ୍ୟମତାର ଅଭିଯୋଗ କରିଆସୁଛନ୍ତି । ବିଶେଷକରି ଦୂରାନ୍ତ ଅଞ୍ଚଳରେ ରହୁଥିବା ଜିଲ୍ଲା ଗୁଡିକ ଅପେକ୍ଷାକୃତ ଭାବେ ଅବହେଳିତ ହେଉଥିଲା । କିନ୍ତୁ, ଆମ ସରକାର ସବୁ ଅଞ୍ଚଳକୁ ସମାନ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅଧିକ ଅନୁଦାନ ସହିତ ସୁଦୃଢ କରାଯାଇଛି ଏବଂ ତା ସହିତ ଉତ୍ତର ଓ ଦକ୍ଷିଣ ଓଡିଶାର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ବିକାଶ ପରିଷଦ ଗଠନ କରିବାକୁ ପଦକ୍ଷେପ ନିଆଯାଇଛି । ରାଜ୍ୟର ଶିଳ୍ପ ବିକାଶରେ ମଧ୍ୟ ସବୁ ଅଞ୍ଚଳକୁ ଗୁରୁତ୍ବ ଦିଆଯାଇ ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ଉଦ୍ୟମ ଅବ୍ୟାହତ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ପୁଣି କହିଥିଲେ ଯେ, ପୂର୍ବରୁ ପ୍ରିମାଟ୍ରିକ ସ୍କଲାରସିପର୍ ଛାତ୍ର ମାନଙ୍କୁ ୧୦,୫୦୦ ଟଙ୍କା ମିଳୁଥିବା ବେଳେ ଏବେ ୧୬,୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଅନ୍ୱେଷା ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ୧୧ ହଜାର ଟଙ୍କା ମିଳୁଥିବା ବେଳେ ଏବେ ଏଥିରେ ୧୭ ହଜାର ଟଙ୍କା ମିଳିବ । ସେହିପରି ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ପୂର୍ବରୁ ଛାତ୍ର ମାନଙ୍କୁ ୧୧ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୧୬ ହଜାର ଟଙ୍କା ମିଳିବ ଏବଂ ଛାତ୍ରୀ ମାନଙ୍କୁ ୧୭ ହଜାର ଟଙ୍କା ମିଳିବ ।

ମୋଦୀଜୀଙ୍କ ନେତୃତ୍ୱରେ ଦେଶରେ ଏବେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ବିକାଶ ତ୍ୱରାନ୍ବିତ ହୋଇଛି । ଓଡିଶାରେ ନୂଆ ସରକାର ଆସିବା ପରଠାରୁ କେନ୍ଦ୍ର ସରକାର ଓଡିଶା ପାଇଁ ୩୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି ଏବଂ ଏଥିରେ ନୂଆପଡା ପାଇଁ ମଧ୍ୟ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ନୂଆପଡା ଜିଲ୍ଲାର ବିପୁଳ ସଫଳତାକୁ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁଭଦ୍ରା ଯୋଜନାରେ ନୂଆପଡାର ୧ ଲକ୍ଷ ୫୫ ହଜାର ମହିଳା ଉପକୃତ ହୋଇଛନ୍ତି, ଅନ୍ତୋଦ୍ବୟ ଗୃହ ଯୋଜନାରେ ନୂଆପଡାର ୨୫୪୮ ପରିବାରକୁ ଘର ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ । ଏହା ସହିତ ନୂଆପଡା Single-Use Plastic ମୁକ୍ତ ଜିଲ୍ଲାଭାବେ ଘୋଷିତ ହେବା ସହ କନ୍ୟାଶିଶୁକୁ ପ୍ରାଧାନ୍ୟ ଦେଇ ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ଏବଂ ନବଜାତ ଶିଶୁକନ୍ୟା ଓ ସେମାନଙ୍କ ପିତା ମାତାଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି । ନୂଆପଡା ଜିଲ୍ଲା ମନରେଗା ଯୋଜନାରେ ଦୈନିକ ୬୦ ହଜାରରୁ ଅଧିକ ଶ୍ରମିକ ନିୟୋଜିତ କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନଶୁଣାଣି କାର୍ଯ୍ୟକ୍ରମକୁ ସଂମ୍ପ୍ରସାରଣ କରାଯାଇ ଏହାକୁ ପଞ୍ଚାୟତ ସ୍ତରରେ ମଧ୍ୟ ଆୟୋଜିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଜିଲ୍ଲାର ସଫଳତା ପାଇଁ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ମୋହନ ମାଝୀଙ୍କ ସରକାର ହେଉଛି ଲୋକଙ୍କ ସରକାର । ରାଜ୍ୟର ସମସ୍ତ ବର୍ଗର ବିକାଶ କିପରି ହେବ ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ନୂଆପଡା ଜିଲ୍ଲାକୁ ଏକ ନୂଆ ଦିଗନ୍ତରେ ନେବା ହେଉଛି ଆମ ସଂକଳ୍ପ ।

ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ରାଜ୍ୟରେ ଆମ ସରକାର ଆସିବା ପରେ ନୂଆପଡା ଜିଲ୍ଲାର ୧୦ଟି ହାଇସ୍କୁଲକୁ ଆମେ ଅପଗ୍ରେଡ୍ କରି ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରିଛୁ । ସହର ଏବଂ ଗ୍ରାମପଞ୍ଚାୟର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଆମ ସରକାର ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏ ସରକାରରେ ପ୍ରତିଟି କ୍ଷେତ୍ରରେ ବିକାଶ ହେବ ଆଜି ସମସ୍ତଙ୍କ ମଧ୍ୟରେ ଏପରି ଆଶାର ସଂଚାର ହୋଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ, ନୂଆପଡା ଜିଲ୍ଲା କିପରି ଆଦର୍ଶ ଜିଲ୍ଲା ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରୁଛନ୍ତି । ନୂଆପଡା ପଲିଥିନ ମୁକ୍ତ ଜିଲ୍ଲା ହୋଇଛି ଏହା ଆମ ପାଇଁ ଗର୍ବର ବିଷୟ। କେବିକେ ଅଞ୍ଚଳରେ କିପରି ରୋଜଗାର ବୃଦ୍ଧିହେବ ସେଥିପାଇଁ ଆମ ସରକାର ଯୋଜନା କରୁଛନ୍ତି ।

କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ପ୍ରମୁଖ ତାଙ୍କର ଉଦ୍‌ବୋଧନ ରଖିଥିଲେ। ନୂଆପଡା ଜିଲ୍ଲାପାଳ ଶ୍ରୀ ମଧୁସୁଦନ ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ଖରିଆର୍ ରୋଡ୍ ଏନ୍.ଏ.ସି. ଚେୟାରମ୍ୟାନ ଡ. ସୋନିଆ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ।

Nuapada Byelection ନୂଆପଡା ଉପନିର୍ବାଚନ ନୂଆପଡାରେ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟେନର ସହିତ ବିପୁଳ ପରିମାଣର ଗୋ ମାଂସ ଜବତ, ଜାତୀୟ ରାଜପଥରୁ ଧରିଲା ବାଣପୁର ପୋଲିସ

November 25, 2025

ଭାରତର ବିକାଶ ଆଭିମୁଖ୍ୟ ସାମ୍ବିଧାନିକ ମୂଲ୍ୟବୋଧ ସହିତ ସମନ୍ୱିତ ହେବା ଆବଶ୍ୟକ: ଅଖିଳ କୁମାର ମିଶ୍ର

November 25, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ନିୟମିତ ଚଳାଚଳ କରିବ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍

November 25, 2025

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025
Latest News

Free Trade Agreement Discussion: ୟୁରେସିଆନ ସଂଘ ସହିତ ଭାରତ କରିବ ମୁକ୍ତ ବାଣିଜ୍ୟ ଚୁକ୍ତିନାମା

November 26, 2025

ଆଫଗାନିସ୍ତାନରେ ଆଉ ଏକ ବିମାନ ଆକ୍ରମଣ କଲା ପାକିସ୍ତାନ: ୯ ପିଲାଙ୍କ ସମେତ ୧୦ ମୃତ

November 26, 2025

ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

November 26, 2025

ଶିଖ ଧର୍ମର ନବମ ଗୁରୁ ‘ହିନ୍ଦ କି ଚାଦର’ ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅମିତ ଶାହ

November 26, 2025

ଆଜି ନଭେମ୍ବର ୨୬ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

November 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.