ଭୁବନେଶ୍ବର: ଖୁବ ଶିଘ୍ର ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏକ ନୂଆ ପରିଚୟ ନେଇ ଆଗକୁ ଆସିବେ। କିଛିଦିନ ତଳେ ବିଜେଡିରୁ ନିଲମ୍ବିତ ହେବା ପରେ ଶ୍ରୀମୟୀ କୁଆଡେ ଯିବେ ସେ ନେଇ ଚର୍ଚ୍ଚା ଜାରୀ ରହିଛି। ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ବେଶ ତୁମ୍ବି ତୋଫାନ କରିବାରେ ଲାଗିଛନ୍ତି। ବିଜେଡିର ଗୋଟିଏ ଗୋଟିଏ ଗଈ ଖୋଳିବାରେ ଲାଗିଛନ୍ତି।
ତେବେ ଏହା ଭିତରେ ସେ ଖୁବ ଶିଘ୍ର ନୂଆ ଦଳକୁ ଯିବେ ବୋଲି ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ ସେ ବିଜେପିରେ ସାମିଲ ହେବେ ବୋଲି କଥାବାର୍ତ୍ତା ଚାଲିଛି। ଶ୍ରୀମୟୀଙ୍କ ସହିତ ଯୋଗାଯୋଗରେ ଥିବା କେତେକେ ନେତା ଏ ନେଇ ସ୍ପଷ୍ଟ କରିଛନ୍ତି। ବିଜେପି ତରଫରୁ କୁଆଡେ ତାଙ୍କୁ ଦଳରେ ସାମିଲ ହେବା ପାଇଁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ସେ ବିଜେପିରେ ସାମିଲ ହେଲେ ତାଙ୍କୁ ପୁଣି ଓଟିଡିସି ଅଧ୍ୟକ୍ଷା କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦିଆଯାଇଛି ବୋଲି ସୂଚନା ମିଳିଛି। ତେବେ ଏହି ଅଫରକୁ ଶ୍ରୀମୟୀ ଗ୍ରହଣ କଲେ ଠିକ ହେବ କି ନାହିଁ ସେ ନେଇ ଚିନ୍ତା କରୁଛନ୍ତି।
SUM Hospital 2 Performs Odisha’s First Radial EBUS-Guided Cryobiopsy