ମୁମ୍ବାଇର ସାକିନାକା ଅଞ୍ଚଳର ଚାନ୍ଦିବାଲିଠାରେ ପ୍ରବଳ ବର୍ଷା ହୋଇଛି। ଏହି ବର୍ଷା ଫଳରେ ପାଚେରୀ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗଭୀର ଆହତ ହୋଇଛନ୍ତି। ମୁମ୍ବାଇର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର କିଛି କିଛି ସ୍ଥାନରେ ଜଳମୟ ହୋଇଛି। ବର୍ଷା ସମୟରେ ଚାନ୍ଦିବାଲି ଅଞ୍ଚଳରେ କିଛି ଲୋକ ପାଚେରୀ ପାଖରେ ଠିଆ ହୋଇ ବସ୍କୁ ଅପେକ୍ଷା କରିଥିବାବେଳେ ଅଚାନକ ପାଚେରୀ ଭୁଷୁଡି ପଡ଼ିଥିଲା। ଏହି ଦୁର୍ଘଟଣାରେ ଚନ୍ଦ୍ରକେନ୍ତ ସେଟ୍ଟି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।