ସାତିଦିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ପଶୁସଂପଦ, ଦୁଗ୍ଧ ଓ ମତ୍ସ୍ୟସଂପଦ ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଫ୍ରିକା ଗସ୍ତ ବେଳେ ଏକ ଦ୍ବିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ସେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏବଂ ରିପବ୍ଲିକ ଅଫ ଗୁନିଆର ରାଷ୍ଟ୍ରପତିଙ୍କ ଉପସ୍ଥିତରେ ଏହି ସ୍ବାକ୍ଷର କରିଛନ୍ତି। କୋନାକ୍ରିସ୍ଥିତ ହୋଟେଲ ସିରାଟୋନ ଗ୍ରାଣ୍ଡରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗତ ରବିବାରଠାରୁ ଆଫ୍ରିକା ଗସ୍ତରେ ଭାରତର ରାଷ୍ଟ୍ରପତିଙ୍କ ସହିତ ଯାଇଛନ୍ତି। ଏହି ଗସ୍ତରେ ପ୍ରତାପ ଆଫ୍ରିକାର ବିନିନ୍, ଦ ଗାମ୍ବିଆ ଏବଂ ରିପ୍ଲବିକ ଅଫ ଗୁନିଆ ଗସ୍ତ କରିଛନ୍ତି। ତାଙ୍କ ସହିତ ସାଂସଦ ଦିଲ୍ଲୀପ ଘୋଷ ମଧ୍ୟ ଯାଇଛନ୍ତି। ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେବା ପରେ ତାଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ମନ୍ତ୍ରୀ ହିସାବରେ ସେ ନିଜ ବିଭାଗର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ଆଫ୍ରିକୀୟ ରାଷ୍ଟ୍ର ସହିତ ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। (uni)