Naveen Returns: ପ୍ରାୟ ଏକ ମାସ ଧରି ଦିଲ୍ଲୀରେ ରହିବା ପରେ ଶୁକ୍ରବାର ଦିନ ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତାଙ୍କୁ ବିମାନ ବନ୍ଦରରେ ଦଳୀୟ ନେତାମାନେ ସ୍ବାଗତ କରିଥିଲେ। ଏହାପରେ ନବୀନ ନିବାସରେ ସେ ବିଜେଡି ରାଜନୈତିକ ବ୍ୟାପାର କମିଟ ବୈଠକ କରିଛନ୍ତି। ଏହି ବୈଠକରେ ସେ ନୂଆପଡା ରଣନୀତି ଉପରେ ଆଲୋଚନା କରିଛନ୍ତି। ଏଥିସହିତ ସେ ନେତାମାନଙ୍କୁ ତୃଣମୂଳ ସ୍ତରରେ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ନବୀନ ଗତ ସେପ୍ଟମ୍ବର 7 ତାରିଖରେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେତେବେଳେ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତେବେ ନବୀନ ଦିଲ୍ଲୀରେ କେତେକ ବ୍ୟକ୍ତିଗତ କାମ ସହିତ କିଛି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ବର୍ତ୍ତମାନ ନବୀନ ଭୁବନେଶ୍ବର ଫେରିବା ପରେ ବିଜେଡି ବେଶ ଚଳଚଞ୍ଚଳ ହୋଇ ଉଠିଛି। ଖୁବ ଶିଘ୍ର ନବୀନ ନୂଆପଡା ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ଜଣାପଡିଛି।