Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ
ଆଜିର ଖବର

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

October 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ
ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

ଭୁବନେଶ୍ୱର: ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଓ ସତର୍କ ମନୋଭାବ ପୋଷଣ କରିବା ସହିତ ଆଇନ ଓ ଭାଷା ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ ବୋଲି ଶନିବାର ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି।

ଆଇନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ବା ଛାତ୍ରୀଙ୍କୁ ବିଭିନ୍ନ ଆଇନ ଓ ବିଷୟ ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ କାରଣ ଜଣେ ଆଇନଜ୍ଞଙ୍କୁ କେଉଁ ପ୍ରକାରର ମାମଲା ପରିଚାଳନା କରିବାକୁ ପଡ଼ିବ ତାହା ଜଣା ନଥାଏ ବୋଲି ନ୍ୟାୟମୂର୍ତିୀ ଦୀକ୍ଷିତ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଲ’ର ୧୫ତମ ଓିରିଏଂଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି।

ଭାଷା ମାଧ୍ୟମରେ ଆଇନ ପ୍ରକଟିତ ହୁଏ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଆଇନ ଓ ଭାଷାକୁ ଆୟତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଛାତ୍ରଛାତ୍ରୀମାନଙ୍କୁ ବିଶ୍ଳେଷଣାତ୍ମକ ମନୋଭାବ ପୋଷଣ କରିବା ସହିତ ତର୍କଶାସ୍ତ୍ର ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ। ଏହା ଛଡ଼ା ସେମାନଙ୍କୁ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ।

କଠିନ ପରିଶ୍ରମର ଅନ୍ୟ ବିକଳ୍ପ ନାହିଁ ବୋଲି ପ୍ରକାଶ କରି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ ଯେ ଭାରତର ପ୍ରସିଦ୍ଧ ଆଇନ ବିଶାରଦ ନନି ପାଲଖିୱାଲାଙ୍କ ଉଦାହରଣ ଅନୁକରଣୀୟ। ବମ୍ବେ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ କରିବା ସମୟରେ ପାଲଖିୱାଲା କୁଳାଧିପତିଙ୍କୁ ଅନୁରୋଧ କରିଥିଲେ ଯେ ବିଶ୍ୱବିଦ୍ୟାଳୟର ପୁସ୍ତକାଗାର ସନ୍ଧ୍ୟା ୫ଟାରେ ବନ୍ଦ ହୋଇଯାଉଥିବାରୁ ତାଙ୍କର ଅଧ୍ୟୟନ ବାଧାପ୍ରାପ୍ତ ହେଉଛି। ତେଣୁ ଏହି ସମୟକୁ ବୃଦ୍ଧି କରିବାକୁ ସେ ପ୍ରାର୍ଥନା କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା।

ଏହି ଅଧ୍ୟୟନ ହିଁ ତାଙ୍କୁ ଦେଶର ଜଣେ ପ୍ରତିଷ୍ଠିତ ଆଇନ ବିଶାରଦରେ ପରିଣତ କରିଥିଲା। ମାତ୍ର କେବଳ କଠିନ ପରିଶ୍ରମ ଯଥେଷ୍ଟ ନୁହେଁ ଯଦି ଜଣେ ନିଜର ଲକ୍ଷ୍ୟସ୍ଥଳ ବିଷୟରେ ନ ଜାଣେ।

ଆଇନ ଏକ ବ୍ୟବସାୟ ନୁହେଁ ମାତ୍ର ଏକ ମହାନ ବୃତି ଅଟେ। ତେଣୁ ଏହି ବୃତିରେ ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ନୈତିକ ଆଚରଣ କରିବା ଆବଶ୍ୟକ ବୋଲି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ।

ଏହି ବୃତ୍ତିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ କେବେ ମଧ୍ୟ ନ୍ୟାୟକୁ ବିଳମ୍ବିତ ପ୍ରତ୍ୟାଖିତ ଅବା ବିକ୍ରୀ ହେବାକୁ ଦେବେ ନାହିଁ ବୋଲି ସେ କହିଥିଲେ।

ଛାତ୍ରଛାତ୍ରୀମାନେ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବାର ଆବଶ୍ୟକତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ କୌଣସି ଗୋଟିଏ ପୁସ୍ତକ ଉପରେ ନିର୍ଭରଶୀଳ ହେବା ଦେଶର ବା ସଂସ୍କୃତିର ପରିଚାୟକ ନୁହେଁ। ଗୀତା ପ୍ରକାଶ କରେ ଯେ ଜ୍ଞାନ ଆହରଣ ଠାରୁ ଅଧିକ ଉତ୍ସର୍ଗୀକୃତ ବିଷୟ କିଛି ନାହିଁ ବୋଲି ସେ କହିଥିଲେ।

ଆଇନ ଅଧ୍ୟୟନ ଓଡିଶା ହାଇକୋର୍ଟ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବୋମା ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.