Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପ୍ରଦାନ କରାଯାଉ: ଓଷ୍ଟା
ଆଜିର ଖବର

ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପ୍ରଦାନ କରାଯାଉ: ଓଷ୍ଟା

October 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍କୁଲ
ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' ମୁକାବିଲା ପାଇଁ ୮ ଟି ଜିଲ୍ଲାର ସମସ୍ତ ସ୍କୁଲ ୩୦ ଯାଏଁ ଛୁଟି ଘୋଷଣା
ଭୁବନେଶ୍ୱର: ରାଜ୍ୟର ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳରେ ଅଧ୍ୟୟନରତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସରକାର ତୁରନ୍ତ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପ୍ରଦାନ କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।
ସୂଚନାଥାଉକି, ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଓ.ବି.ସି., ଏସ୍‌.ଇ.ବି.ସି., ଇ.ବି.ସି. ଏବଂ ଡି.ଏନ୍‌.ଟି. ଆଦି ବର୍ଗର ଛାତ୍ରଛାତ୍ରୀମାନେ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପାଇବା ପାଇଁ ଯୋଗ୍ୟ ଅଟନ୍ତି। କେବଳ ସରକାରୀ ବିଦ୍ୟାଳୟରେ ପାଠପଢ଼ୁଥିବା ଏହିସବୁ ବର୍ଗର ପିଲାମାନେ ଉକ୍ତ ସୁବିଧା ପାଇ ଆସୁଛନ୍ତି। ମାତ୍ର ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମନେ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି।
ସବୁପିଲାଙ୍କୁ ସମାନ ସୁବିଧା ଯୋଗାଇଦେବା ଓ ଓଡ଼ିଶାର ବିକାଶ କଥା ସରକାର କହୁଥିଲା ବେଳେ ପିଲାମାନଙ୍କ ମଧ୍ୟରେ ତାରତମ୍ୟ ରହିବା ଉଚିତ ନୁହେଁ। ଏହାର ମାନସିକ ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ପଡ଼ିବ। ରାଜ୍ୟର ସମସ୍ତ ଶିକ୍ଷାର୍ଥୀ ଓ ଶିକ୍ଷାୟତନର ବିକାଶର ଆବଶ୍ୟକତା ରହିଛି। କେବଳ ଶିକ୍ଷାୟତନର ବିକାଶ ଘଟିଲେ ହେବନାହିଁ ଶିକ୍ଷାର୍ଥୀର ମଧ୍ୟ ବିକାଶ ହେବା ଉଚିତ। ନିକଟସ୍ଥ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଏହି ବର୍ଗର ଛାତ୍ରଛାତ୍ରୀମାନେ ଉକ୍ତ ବୃତ୍ତିରାଶି ପାଉଥିଲାବେଳେ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ରହିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।
ଅନେକ ବିଦ୍ୟାଳୟରେ କମ୍ପ୍ୟୁଟର, କ୍ରୀଡ଼ା ଉପକରଣ ଓ ବିଜ୍ଞାନ ଉପକରଣର ନଥିବାରୁ ଶିକ୍ଷାର୍ôଥମାନେ ମଧ୍ୟ ଏଥିରୁ ବଞ୍ଚିତ ହେଉଛନ୍ତି। ଏହି ବର୍ଗର ବିଦ୍ୟାଳୟ ଗୁଡ଼ିକରେ ଅବସର ପରେ ଶିକ୍ଷକ ନିଯୁକ୍ତି ହେଉ ନଥିବାରୁ ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଶୂନ୍ୟ ହେବାରେ ଲାଗିଛି। କେଉଁଠି ସଂପୃକ୍ତ ଶିକ୍ଷକ ନାହାଁନ୍ତି ଓ ଅନ୍ୟ କେଉଁଠି ଆବଶ୍ୟକୀୟ ଉପକରଣର ଅଭାବ ରହିଛି। ଏହା କି ପ୍ରକାର ବିକାଶ ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜନମଙ୍ଗଳକାରୀ ରାଷ୍ଟ୍ରରେ କେନ୍ଦ୍ର ଓ ରାଜ୍ୟରେ ଥିବା ଡବଲ ଇଞ୍ଜିନର ସରକାର ନିଶ୍ଚିତ ଭାବେ ଏ ବିଷୟରେ ଗୁରୁତ୍ୱ ଦେଇ ଓ.ବି.ସି., ଏସ୍‌.ଇ.ବି.ସି., ଇ.ବି.ସି. ଏବଂ ଡି.ଏନ୍‌.ଟି. ଆଦି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପ୍ରଦାନ କରନ୍ତୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାର ତାଙ୍କର ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ଉନ୍ନତି ନିମନ୍ତେ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ କିପରି ପ୍ରି-ମାଟ୍ରିକ୍ ବୃତ୍ତିରୁ ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟିନିକ୍ଷେପ କରି ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ସ୍କଲାରସିପ୍ ପ୍ରଦାନ କରନ୍ତୁ। ନଚେତ୍ ଆଗାମୀ ଦିନରେ ଏ କ୍ଷେତ୍ରରେ ଏକ ଜନଆନ୍ଦୋଳନ ସୃଷ୍ଟିହେବାର ସମ୍ଭାବନା ରହିଛି ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନିଳମଣୀ ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।
ଓଷ୍ଟା ପ୍ରି-ମାଟ୍ରିକ୍ ସ୍କଲାରସିପ୍ ମାଧ୍ୟମିକ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.