ଆର୍ ମାଧବନ୍ ଏବଂ ବିଜୟ ସେଥୁପତି ଅଭିନୀ ବ୍ଲକବଷ୍ଟର ତାମିଲ ଫିଲ୍ମ ବିକ୍ରମ ବେଧାର ତାମିଲ ରିମେକ୍ରେ ପୁନର୍ବାର ଏକତ୍ର ନଜର ଆସିବାକୁ ଯାଉଛନ୍ତି ସୈଫ୍ ଏବଂ ଆମିର୍ । ବଲିଉଡ୍ ସୁପରଷ୍ଟାର ସୈଫ ଅଲ୍ଲୀ ଖାନ୍ ଏବଂ ମିଷ୍ଟର ପରଫେକ୍ସନସିଷ୍ଟ ଆମିର ଖାନ୍ ଦିଲ୍ ଚାହତା ହୈ ପରେ ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ମୂଳ ତାମିଲ ଫିଲ୍ମର ନିର୍ଦ୍ଦେଶକ ଦ୍ବୟ ପୁଷ୍କର-ଗାୟତ୍ରୀ ମଧ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ନୀରଜ ପାଣ୍ଡେ ଏବଂ ରିଲାଏନ୍ସ ଏହି ଫିଲ୍ମର ପ୍ରଯୋଜକ ରହିଥିବା ବେଳେ ସୈଫ୍ ଫିଲ୍ମ ପାଇଁ ସମ୍ମତି ପ୍ରଦାନ କରିଥିବା ସମ୍ପର୍କରେ ନୀରଜ ସୂଚନା ଦେଇଛନ୍ତି । ଫିଲ୍ମରେ ମାଧବନ୍ଙ୍କ ଭୂମିକାରେ ସୈଫ୍ ନଜର ଆସିବେ ଏବଂ ବିଜୟ ସେଥୁପତିଙ୍କ ଭୂମିକାରେ ଆମିର ନଜର ଆସିବେ ବୋଲି ଜଣା ପଡିଛି । ଲାଲ ସିଂ ଚଢା ପରେ ଆମିର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ତାମିଲ ଫିଲ୍ମଟି 125 କୋଟିର ବ୍ୟବସାୟ କରିଥିବା ବେଳେ ପୂର୍ବରୁ ଶାହରୁଖ ଖାନ୍ ଏହାର ରିମେକ୍ ନେଇ ସୂଚନା ଦେଇଥିଲେ ।
Tags: