Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ
ଆଜିର ଖବର

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା
ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ
ଭୁବନେଶ୍ଵର: ଗତ ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଅପରାହ୍ନରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ  ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ଓ ସମୃଦ୍ଧ ରାଜ୍ୟର ସରଂଚନାର ସଂକଳ୍ପକୁ ସାକାର କରିବାରେ ପୋଲିସ ବିଭାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏହି ବିଭାଗର ମେରୁଦଣ୍ଡ ଭଳି ନିଷ୍ଠାର ସହ ଦାୟିତ୍ବ ତୁଲାଉଥିବା ପୋଲିସ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ବୃତ୍ତିଗତ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତା ଦ୍ଵାରା ବିଭିନ୍ନ ଅପରାଧିକ ମାମଲା ଗୁଡିକରେ ବୈଜ୍ଞାନିକ ପଦ୍ଧତିର ଉପଯୋଗ କରି ପୋଲିସ ସଫଳତା ଆଣିବ ବୋଲି ଆଶାପ୍ରକଟ କରିଥିଲେ। ଏହା ପୋଲିସର ଆତ୍ମବିଶ୍ବାସ ବୃଦ୍ଧି କରିବା ସହିତ ଜନସାଧାରଣଙ୍କ ଦ୍ଵାରା ଆଦୃତ ଏବଂ ପ୍ରଶଂସାର ପାତ୍ର ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଉନ୍ନତ ମାନର ସେବା ପ୍ରଦାନ କରିବାରେ ପୋଲିସ ବିଭାଗ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ପୋଲିସ ବିଭାଗର ଆଧୁନୀକିକରଣ ନିମନ୍ତେ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଉଛନ୍ତି। ସାରାରାଜ୍ୟରେ ତ୍ଵରିତ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ଜିଲ୍ଲାରେ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅଧିକାରୀ ନିଯୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ। ସମାଜରେ ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ସୁରକ୍ଷା ପାଇଁ ସରକାର ସଦାସର୍ବଦା ଯତ୍ନବାନ ଅଛନ୍ତି। ମହିଳା ସଂକ୍ରାନ୍ତିୟ ଅପରାଧ ଗୁଡିକର ମୁକାବିଲା କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ  ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରାଯିବା ଉପରେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟ ସହ ଆଲୋଚନା କରୁଛନ୍ତି ବୋଲି ସେ ମତପ୍ରକାଶ କରିଥିଲେ।
ଆଗାମୀ ଦିନରେ ରାଜ୍ୟ ପୋଲିସ ଅଧିକ ଲୋକାଭିମୁଖୀ ହୋଇ ରାଜ୍ୟବାସୀଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଭଲଭାବେ କାମ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ଏହି ଅବସରରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସର୍ବୋତ୍ତମ ବୃତ୍ତିଗତ ସେବା ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହ୍ଵାନ ଦେଇଥିଲେ । ଏହାସହ ନିଶାଦ୍ରବ୍ୟ ଚୋରା କାରବାର, ଆଇନ ଶୃଙ୍ଖଳା ରକ୍ଷା ଆଦି କ୍ଷେତ୍ରରେ ପୋଲିସ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହା ସହ ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଓଡିଶା ପୋଲିସର ଟିମକୁ ଶୁଭେଚ୍ଛା ଜଣାଇଥିଲେ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିଜ ବକ୍ତବ୍ୟରେ ବୃତ୍ତିଗତ ଦକ୍ଷତାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବୃତ୍ତିଗତ ଦକ୍ଷତାକୁ ଉଚ୍ଚକୋଟିର କରିବାକୁ ହେଲେ ମନୋଭାବରେ ପରିବର୍ତ୍ତନ, ଜ୍ଞାନ ଆରୋହଣ କରିବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ।
ପୁଲିସର ଅଧିକାରୀମାନଙ୍କୁ ବୃତ୍ତିଗତ ବିଷୟ ଉପରେ ଆଲୋକପାତ କରାଇ ଏକ ପ୍ରତିଯୋଗିତା ମାଧ୍ୟମରେ ସେମାନଙ୍କ ମନୋଭାବରେ ଆଗ୍ରହ ଓ ଉଦ୍ଦୀପନା ସୃଷ୍ଟି କରି ତାଙ୍କର ଦୈନଦିନ କାର୍ଯ୍ୟରେ  କ୍ଷେତ୍ରରେ ଏହାକୁ ଉପଯୋଗ କରି ଜନସାଧାରଣଙ୍କ ଆସ୍ଥା ଭାଜନ କରିବାକୁ  ଡିଜିପି ଆହ୍ଵାନ ଦେଇଥିଲେ।
ବିଗତ ଦିନରେ ତଦନ୍ତର ମାନ ବୃଦ୍ଧି ଲାଗି କ୍ରାଇମବ୍ରାଞ୍ଚ୍ ତରଫରୁ କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟ ସହିତ ଓ ବିଭିନ୍ନ ରେଞ୍ଜ୍ ଗୁଡିକରେ ବହୁ ପ୍ରଶିକ୍ଷଣ ଶିବିର ତଥା କର୍ମଶାଳା ଆୟୋଜନ କରାଯାଇଛି। ଏହାସହ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ୍ ତରଫରୁ ନୂଆ Module ପ୍ରସ୍ତୁତ କରାଯାଇ ବିଭିନ୍ନ ରେଞ୍ଜରେ କର୍ମଶାଳା ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ବୋଲି ଉଲ୍ଲେଖ କରିଥିଲେ।
ଗଞ୍ଜେଇ ଚୋରା ଚାଲାଣ, ଅପରାଧ ନିୟନ୍ତ୍ରଣ, pocso ମାମଲା ଗୁଡିକରେ ପୋଲିସ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ।
କ୍ରାଇମବ୍ରାଞ୍ଚର ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବୃତ୍ତିଗତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଟ୍ରଫି ପ୍ରଦାନ କରିଥିଲେ।
ଏହି ଉଦଯାପନୀ ଉତ୍ସବରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଇନ ମନ୍ତ୍ରୀ ଉଦଯାପନୀ ଉତ୍ସବ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରିଜର୍ଭ ପୋଲିସ ଗ୍ରାଉଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.