Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିବାଦ: ନିଜ ମୁଣ୍ଡରୁ ଦୋଷ ଛଡାଇ ରାଜ୍ୟ ଉପରେ ଲଦି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୁଣି ଥରେ ଉଦଜୀବିତ ହୋଇଛି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିବାଦ। କାରଣ ପୂର୍ବରୁ ସୁପ୍ରିମକୋର୍ଟ ବର୍ତ୍ତମାନ ହାଇଟେକ ଯୁଗରେ ଆଉ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକ ନାହିଁ ବୋଲି କହିବା ପରେ କେନ୍ଦ୍ର ସରକାର ରାଜ୍ୟ ଉପରେ ଦୋଷ ଲଦି ନିଜେ ଖସିଯିବାକୁ ଉଦ୍ୟମ କରିଛନ୍ତି।

ଏ ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ତରଫରୁ ଏକ ଲମ୍ବା ସ୍ପଷ୍ଟିକରଣ ଦିଆଯାଇଛି। ସେଥିରେ କୁହାଯାଇଛି ଯେ,

● ‘‘ଇ-କୋର୍ଟ ଯୋଗୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଅପ୍ରାସଙ୍ଗିକ ହୋଇଯାଇଛି’’ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ କହିଥିବା ଓଡ଼ିଶାର କେତେକ ଗଣମାଧ୍ୟମରେ ଏକ ତ୍ରୁଟିପୂର୍ଣ୍ଣ ଖବର ପ୍ରକାଶ ପାଇଛି। ତେବେ କେନ୍ଦ୍ର ମନ୍ତ୍ରୀ ପ୍ରକୃତରେ କହିଥିଲେ ଯେ, ଭାରତ ସରକାର ଓ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ ଅଧୀନରେ ଭର୍ଚୁଆଲ୍ ବେଞ୍ଚ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପଲବ୍ଧ ଥିବାରୁ ଓଡ଼ିଶା ହାଇକୋର୍ଟର ପୃଥକ ସ୍ଥାୟୀ ଖଣ୍ଡପୀଠର ଆବଶ୍ୟକତା ପଡ଼ିନାହିଁ। କାରଣ ଏଭଳି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଯଶବନ୍ତ ସିଂହ କମିଶନଙ୍କ ସୁପାରିସ ଅନୁଯାୟୀ ଭାରତ ସରକାର ଏପର‌୍ୟ୍ୟନ୍ତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତିକ୍ରମେ ରାଜ୍ୟ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ପ୍ରସ୍ତାବ ପାଇନାହାନ୍ତି।

● ଏହି ପରିପ୍ରେକ୍ଷୀରେ ଏଠାରେ ସୂଚନା ଦିଆଯାଉଛି ଯେ, ହାଇକୋର୍ଟର ଖଣ୍ଡପୀଠ ଗଠନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଠାରୁ ଏକ ସମ୍ପୂର୍ଣ୍ଣ ପ୍ରସ୍ତାବ ମିଳିବା ପରେ ହିଁ ଭାରତ ସରକାର ବିଚାର କରିପାରିବେ ଯେଉଁଥିରେ ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ସହମତି ରହିବା ଆବଶ୍ୟକ। ଏହା ଯଶବନ୍ତ ସିଂ କମିଶନଙ୍କ ସୁପାରିସ ଏବଂ ୨୦୦୦ ମସିହାର ଡବ୍ଲୁପି(ସି) ନଂ.୩୭୯ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଦିଆଯାଇଥିବା ରାୟ ଅନୁରୂପ ଅଟେ।

● ହାଇକୋର୍ଟର ମୁଖ୍ୟ ଆସନଠାରୁ ଦୂରରେ ଏକ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ପଡ଼ିବ ଏବଂ ଏହା ସହ ହାଇକୋର୍ଟ ଓ ବେଞ୍ଚର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ଓ ଏହାର ବେଞ୍ଚର ଦୈନନ୍ଦିନ ପରିଚାଳନା କାର‌୍ୟ୍ୟକୁ ତଦାରଖ କରିବା ସହ ସମୟ ସମୟରେ ମୁଖ୍ୟ ଆସନରୁ ବିଚାରପତିଙ୍କୁ ଖଣ୍ଡପୀଠରେ ନିୟୋଜିତ କରିବାକୁ ପଡ଼ିବ।

● ତେଣୁ ଉଭୟ ରାଜ୍ୟ ସରକାର ଓ ହାଇକୋର୍ଟ ଏହି ମାମଲାକୁ ସବୁ ଦିଗରୁ ବିଚାର କରି ସହମତିରେ ପହଞ୍ଚିବା ଜରୁରୀ।

● ୨୦୧୮ ସେପ୍ଟେମ୍ବର ୫ ଓ ୨୦୧୯ ଜାନୁଆରୀ ୧୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

● ୨୦୧୯ ଜାନୁଆରୀ ୧୨ତାରିଖରେ ତତ୍କାଳୀନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହାଇକୋର୍ଟଙ୍କ ମତାମତ, ବେଞ୍ଚ ପାଇଁ ସ୍ଥାନ, ବିଚାରପତିଙ୍କ ପାଇଁ କୋଠା ଓ ବାସଭବନକୁ ନେଇ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ।

● ତେବେ ହାଇକୋର୍ଟଙ୍କ ମତାମତ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଆବଶ୍ୟକତା ହାସଲ ପାଇଁ ରାଜ୍ୟ ସରକାର କୌଣସି ପ୍ରୟାସ କରିନଥିଲେ।

● ଗୁରୁବାର, ୨୦.୦୭.୨୦୨୩ ଶ୍ରୀ ସସ୍ମିତ ପାତ୍ର ଉଠାଇଥିବା ଅଣତାରକା ପ୍ରଶ୍ନ ସଂଖ୍ୟା ୧୧୪ର ଜବାବରେ ମୁଁ ଉତ୍ତର ଦେଇସାରିଛି ଯେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ନାହିଁ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତି ଏବଂ ରାଜ୍ୟପାଳଙ୍କ ସହମତିକ୍ରମେ ଏଭଳି ପ୍ରସ୍ତାବ ଆଣିବାକୁ କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏହା ମିଳିନାହିଁ।

● ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଆଗ୍ରହ ନାହିଁ ବୋଲି ଏହା ସ୍ପଷ୍ଟ କରୁଛି।

● ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରକ୍ରିୟାରେ ସମୟ ଲାଗୁଥିବା ବେଳେ ଭାରତ ସରକାରଙ୍କ ଇ-କୋର୍ଟ ପ୍ରୋଜେକ୍ଟ ଅଧୀନରେ ସ୍ଥାପିତ ହାଇକୋର୍ଟର ଭର୍ଚୁଆଲ୍ ସେଣ୍ଟରଗୁଡ଼ିକ ଇ-ଫାଇଲିଂ, ଇ-ପେମେଣ୍ଟ୍ ଏବଂ ଭର୍ଚୁଆଲ୍/ଭିଡିଓ ଶୁଣାଣି କରି ସମସ୍ତ ହିତାଧିକାରୀ ଅର୍ଥାତ୍ ଆବେଦନକାରୀ ଓ ଓକିଲମାନଙ୍କୁ ହାଇକୋର୍ଟରେ ସିଧାସଳଖ ପ୍ରବେଶ ସୁବିଧା ଯୋଗାଇ ଦେଉଛି।

ଓଡ଼ିଶା ହାଇକୋର୍ଟ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୩୦ଟି ଭର୍ଚୁଆଲ ସେଣ୍ଟର ଚଳାଉଛନ୍ତି । ଭର୍ଚୁଆଲ ସେଣ୍ଟରଗୁଡିକ ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଭର୍ଚୁଆଲ ଉପସ୍ଥିତିର ସୁବିଧା ଯୋଗାଇ ଦେଉଛନ୍ତି। ଏସବୁ ସୁବିଧା ଯୋଗୁଁ ଓଡ଼ିଶାର ନାଗରିକମାନଙ୍କୁ ଉଚ୍ଚ ନ୍ୟାୟାଳୟକୁ ଯିବାର ଆବଶ୍ୟକତା ନଥାଇ ଅଧିକ ସହଜରେ ନ୍ୟାୟ ମିଳୁଛି।

● ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତାବ ପଠାଇବା ପରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ଉପରେ ଭାରତ ସରକାର ନିଶ୍ଚିତ ଭାବେ ବିଚାର କରିବେ।

● ତେବେ ନବୀନ ପଟ୍ଟନାୟକ ସରକାର ପଶ୍ଚିମ ଓଡ଼ିଶା ପାଇଁ ପ୍ରତିଶ୍ରୁତିବଦ୍ଧ ନୁହଁନ୍ତି ଏବଂ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ ବାଧକ ସାଜିଛନ୍ତି।

● ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାୟିତ୍ୱରୁ ଓଡ଼ିଶା ସରକାର ପଛଘୁଞ୍ଚା ଦେଉଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ସମ୍ଭାବ୍ୟତା ଅଧ୍ୟୟନ ପାଇଁ ରାଜ୍ୟ ସରକାର ସିଆର୍ ପାଲ୍ କମିଶନ ଗଠନ କରିଥିଲେ। ୨୦୧୪ ମାର୍ଚ୍ଚ ୩୧ତାରିଖରେ କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସିଆର ପାଲ କମିଶନଙ୍କ ରିପୋର୍ଟ ଏପର‌୍ୟ୍ୟନ୍ତ ସାର୍ବଜନୀନ ନ ହେବା ଦୁର୍ଭାଗ୍ୟଜନକ। ଓଡ଼ିଶା ସରକାର ପ୍ରକୃତରେ କ’ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି?

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା: ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଚିଲିକାରେ ବିକ୍ଷୋଭ

ସୀତାରାମ ଅଗ୍ରୱାଲ
ଚିଲିକା: ମାହାଙ୍ଗା ଡବଲ ମର୍ଡର ପ୍ରତିବାଦରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଲୁଗାଁଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଅପରାହ୍ନ ୪ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପଠାଣି ବଳବନ୍ତରାୟଙ୍କ ନେତୃତ୍ବରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି ବାଲୁଗାଁ ଗାନ୍ଧୀ ଛକଠାରୁ ବାଲୁଗାଁ ଥାନା ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ଯୁବ ମୋର୍ଚ୍ଚା ପକ୍ଷରୁ ବାଲୁଗାଁ ଥାନା ସମ୍ମୁଖରେ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଶନିବାର ଦିନ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକରେ ନିଜ ଘରକୁ ଫେରୁଥିଲେ। ନୃତ୍ତାଙ୍ଗସ୍ଥିତ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଦୁର୍ବୃତ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀଙ୍କ ପାଖ ଲୋକ ସମ୍ପୃକ୍ତ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ମାହଙ୍ଗା ପୋଲିସ ଅଟକ ରଖିଛି। କିନ୍ତୁ ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରୁଛି। ତେବେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟର ସମସ୍ତ ଥାନାରେ ବିଜେପିକୁ ପକ୍ଷରୁ ବିକ୍ଷୋଭ କରାଯାଉଛି।

ଆଜିର ଏହି ବିକ୍ଷୋଭ ଶୋଭାଯାତ୍ରାରେ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ଉପସଭାପତି ବିଜୟ ବିଶ୍ୱାଳ, ବିଜେପି ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ମଣ୍ଡଳ ସମ୍ପାଦକ ପ୍ରଶାନ୍ତ ସାହୁ, ବିରଜାଇ ମଣ୍ଡଳ ସଭାପତି ଜିତେନ୍ଦ୍ର ଭୋଳ, ଶ୍ୟାମ ସୁନ୍ଦର ପ୍ରଧାନ, ସୌମ୍ୟରଞ୍ଜନ ସାମନ୍ତରାୟ, ନିରଞ୍ଜନ ସେଠି, ତପନ ପ୍ରଧାନ, କାହ୍ନୁ ଚରଣ ପଲେଇ, ସମର ରଞ୍ଜନ ସୁବୁଦ୍ଧି ପ୍ରମୁଖଙ୍କ ସମେତ ବିଜେପି ଯୁବମୋର୍ଚା ର ଶତାଧିକ ପୁରୁଷ ଏବଂ ମହିଳା କର୍ମୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କୁ ହତ୍ୟା ଘଟଣା: ଅଭିଯୋଗ ପରେ ନିଜର ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ମାହଙ୍ଗା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଏଭଳି ନିର୍ମମ ହତ୍ୟାକୁ ନିନ୍ଦା କରିବା ସହ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କଥା କହିଛନ୍ତି ଆଇନ ମନ୍ତ୍ରୀ। ଏହାସହ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମନ୍ତ୍ରୀ।

ଆଇନମନ୍ତ୍ରୀ କହିଛନ୍ତି ଯେ, “ଏହି ହତ୍ୟାକୁ ଯେତେ ନିନ୍ଦା କଲେ ସେତେ କମ। ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆବ୍ୟଶକ। ଦୋଷୀ କିପରି ଗିରଫ ହେବେ ତାହା ଉପରେ ମୁଁ ନିଜେ ଦୃଷ୍ଟି ଦେବି। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ହେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ। ତେଣୁ ତାଙ୍କର ମୋ ସହ ଭେଟ ହୋଇଛି କିନ୍ତୁ ଏହି ହତ୍ୟାକାଣ୍ଡ ପୂର୍ବରୁ। ତେଣୁ ମୋ ସହିତ ଫଟୋ ରହିବା ସ୍ୱାଭାବିକ। ଏହାକୁ ନେଇ ବିରୋଧିଙ୍କ ଆକ୍ଷେପ ସମ୍ପୂର୍ଣ୍ଣ ଭୁଲ।”