ଶନିବାର ଟେକ୍ସାସର ଏକ ଓ୍ବାଲ ମାର୍ଟରେ ଜଣେ ଆତତାୟୀଙ୍କ ଗୁଳିଚାଳନାରେ 20 ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ 26 ଜଣ ଆହତ ହୋଇଛନ୍ତି । ଟେକ୍ସାସର ଏଲ୍ ପାସୋରେ ରହିଥିବା ଓ୍ବାଲମାର୍ଟଟି ଭିଡ ଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା । ଡାଲାସ୍ର ଜନୈକ 21 ବର୍ଷୀୟ ଯୁବକ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ପରେ ଯୁବକ ଜଣକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଜାତିଆଣ ମନ୍ତବ୍ୟ କାରଣରୁ ଯୁବକ ଜଣ ଏହି ପଦକ୍ଷେପ ନେଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ବୋଲି ଟେକ୍ସାସ ପୋଲିସ ମୁଖ୍ୟ ଗ୍ରେଗ୍ ଆଲେନ୍ ପ୍ରକାଶ କରିଛନ୍ତି । ଟେକ୍ସାସ୍ ମେୟର ଗ୍ରେଗ୍ ଆବୋଟ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।