Rozgar Mela: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ 17ତମ ଜାତୀୟ ରୋଜଗାର ମେଳାରେ ଭିଡିଓ କନଫ୍ରେସ୍ସିଂ ମାଧ୍ୟମରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ, ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନୂତନ ନିଯୁକ୍ତି ପାଇଥିବା 51 ହଜାରରୁ ଅଧିକ ଯୁବକଙ୍କୁ ରୋଜଗାର ମେଳା ପଦକ୍ଷେପ ଅଧୀନରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି।
ଶ୍ରୀ ମୋଦୀ କହିଛନ୍ତି ଯେ, କେବଳ ଏହି ନିଯୁକ୍ତି ମେଳା ମାଧ୍ୟମରେ, ବିଗତ କିଛି ସମୟ ମଧ୍ୟରେ 11 ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ପ୍ରଧାନମନ୍ତ୍ରୀ ଦେଶରେ ‘ବିକଶିତ ଭାରତ ଯୋଜନା’ ମଧ୍ୟ ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ 3.5 କୋଟି ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା।



