ଜମ୍ମୁ କାଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଏବେ ବେଶ୍ ସ୍ଥିତି ବେଶ୍ ଗୋଳମାଳିଆ ରହିଥିବାବେଳେ ରାଜନୈତିକ ନେତାମାନଙ୍କର ବୟାନ ବାଜି ମଧ୍ୟ କମ୍ ନାହିଁ । ଜମ୍ମୁ କାଶ୍ମୀରର ପରିସ୍ଥିତିକୁ ନେଇ ପିଡିପି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି । କେନ୍ଦ୍ର ଜମ୍ମୁ କାଶ୍ମୀରରୁ ଯାତ୍ରୀ, ପର୍ଯ୍ୟଟକ ତଥା ଛାତ୍ରଙ୍କୁ କାଶ୍ମୀରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମୁଫ୍ତି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଏବେ ମୋଦି ମାନବିକତା କୁଆଡେ ଗଲା । ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ । ଲୋକଙ୍କୁ ଏଭଳି ଭୟଭୀତ କରାଇବା ଦ୍ବାରା ରାଜ୍ୟର ସ୍ଥିତିକୁ ଅଧିକ ଗୋଳମାଳିଆ ହେବାକୁ ଯାଉଛି ବୋଲି କହିଛନ୍ତି ମୁଫ୍ତି । ମେହେବୁବା ମୁଫ୍ତି ଜମ୍ମୁକାଶ୍ମୀରର ଏକ ହୋଟେଲ୍ରେ ଆଞ୍ଚଳିକ ଦଳମାନଙ୍କ ସହିତ ଆଜି ଏକ ବୈଠକ କରୁଛନ୍ତି। କିନ୍ତୁ ରାଜ୍ୟ ପୁଲିସ୍ ସମସ୍ତ ହୋଟେଲ୍କୁ ରାଜନୈତିକ ବୈଠକ ରଦ୍ଦ କରିବା ପାଇଁ ନୋଟିସ୍ ଦେଇଛନ୍ତି । ମୁଫ୍ତି କହିଛନ୍ତି ଯେ, କେନ୍ଦ୍ର ସରକାର ଧାରା ୩୭୦ ଓ ଅନୁଚ୍ଛେଦ ୩୫ଏ କୁ ଉଠାଇବାକୁ ଚାହୁଁଛନ୍ତି, ଯାହାର ପରିଣାମ ବହୁତ ଭୟାନକ ହେବ । କେନ୍ଦ୍ର ସରକାର ଏହା ଉପରେ ସଫେଇ ଦେବା ଉଚିତ୍ ବୋଲି କହିଛନ୍ତି ମୁଫ୍ତି ।
ରାଜ୍ୟର ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କଲେ ମେହେବୁବା
Published:
Aug 4, 2019, 4:12 pm IST
Tags: